Monday , June 5 2023
Breaking News
Home / ବିଶେଷ / ବଳାତ୍କାର ଉଦ୍ୟମ ରେ ପଡୋଶୀ ଯୁବକ ଗିରଫ ଓ କୋର୍ଟ ଚାଲାଣ

ବଳାତ୍କାର ଉଦ୍ୟମ ରେ ପଡୋଶୀ ଯୁବକ ଗିରଫ ଓ କୋର୍ଟ ଚାଲାଣ

 ଜୁନାଗଡ଼, ୦୧/୦୪/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)-  କଳାହାଣ୍ଡି ଜ଼ିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବକ୍ଷଗଡଙ୍ଗରି ଗ୍ରାମ ରେ ଗତ ୨୯.୦୩.୨୦୨୩ ଦିନ ପ୍ରାୟ ଅପରାହ୍ନ ୨ ଘଣ୍ଟା ସମୟ ରେ ବାଗଡ଼ଙ୍ଗରି ଗାଁର ବାସନ୍ତୀ ବାଗ(୩୫ ବର୍ଷ) ଘରେ ଏକୁଟିଆ ଥିଲା । ଏହି ସମୟରେ ଏକୁଟିଆ ର ସୁଯୋଗ ନେଇ ବାଗଡଙ୍ଗରି ଗ୍ରାମ ର ମୋତିରାମ ବାଗ (୩୯ ବର୍ଷ) ତାଙ୍କ ଘରେ ଜବରଦସ୍ତ ପଶି ବାସନ୍ତୀ କୁ ବଳାତ୍କାର ଉଦ୍ୟମ କରିଥିଲେ। ଯେତେବେଳେ ସେ ଏହା କୁ ପ୍ରତିବାଦ କରିଥିଲେ  ମୋତିରାମ ବାଗ ତାଙ୍କ ବେକକୁ ମୋଡି ଧରି ତାଙ୍କୁ ଆକ୍ରମଣ କରି ତାଙ୍କୁ ଜୀବନରେ ମାରିବା ପାଇଁ ଧମକ ଦେଇଥିଲା । ଏହି ସମୟ ରେ ବାସନ୍ତୀ ପାଟି କରିବାରୁ ପଡୋଶୀମାନେ ପହଞ୍ଚିଥିଲେ ଏବଂ ମୋତିରାମ ବାଗ ଘଟଣାସ୍ଥଳରୁ କୌଶଳ କ୍ରମେ ଖସି ପଳାଇ ଯାଇଥିଲେ। ଏହାକୁ ନେଇ ଜୁନାଗଡ଼ ଥାନା ରେ ବାସନ୍ତୀ ଅଭିଯୋଗ କରିଥିଲେ । ଜୁନାଗଡ଼ ପୋଲିସ କେସ୍ ନଂ -୧୩୫ / ୨୩ ରୁଜୁ କରି  ଏସଆଇ ଏ. କେ ପ୍ରଧାନ ତଦନ୍ତ କରୁଥିବା ବେଳେ ଆଜି ଅଭିଯୁକ୍ତ ମୋତିରାମ ବାଗ କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିବା ଜୁନାଗଡ଼ ଥାନା ଅଧିକାରୀ ଶ୍ରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.