ଖୋର୍ଦ୍ଧା,୧/୪/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଜାତୀୟ ସ୍ତରର କବାଡି,ଭଲିବଲ ଖେଳାଳୀ ଓ ରାଜ୍ୟ ସ୍ତରୀୟ ରେଫରୀ ରାଜ କିଶୋର ଦାସଙ୍କର ପରଲୋକ ଘଟିଛି। ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସା ସମୟରେ ଆଜି ଅପରାହ୍ନ ୨ ଘଟିକାରେ ଡାକ୍ତର ମ୍ରୁତ ଘୋଷଣା କରିଥିଲେ।ଏହି ଖବର ମିଳିବା ପରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳରେ କ୍ରୀଡାପ୍ରେମୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି।ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅଂଚଳ ତଥା ବିଶେଷକରି ନିରାକାରପୁର ଅଂଚଳରେ ତାଙ୍କର କ୍ରୀଡ଼ାରତ ଛାତ୍ରଛାତ୍ରୀ, ଯୁବକ-ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବାର କେନ୍ଦ୍ର ବିନ୍ଦୁ ଥିଲା। ତାଙ୍କ ପ୍ରଶିକ୍ଷଣରେ ବହୁ ଛାତ୍ର-ଛାତ୍ରୀ, ଯୁବକ-ଯୁବତୀ ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଛନ୍ତି।ଯୁବକ ସମୟରେ ସେ ରାଜ୍ୟ ପକ୍ଷରୁ କବାଡି, ଭଲିବଲ ଖେଳି ସୁନାମ ଆଣିଥିଲେ।
ପରେ ପୁରୀ ଜିଲ୍ଲା କଣାସ ବ୍ଳକ ଓଲ୍ଲାଣ ହାଇସ୍କୁଲ ରେ ଖେଳ ଶିକ୍ଷକ ଭାବରେ ଅବସର ନେଇଥିଲେ।ଆଜି ୭୯ ବର୍ଷ ବୟସରେ ସେ ପରଲୋକ ହୋଇଥିଲେ ମଧ୍ୟ ଖେଳ ଓ ଖେଳାଳୀ ଙ୍କ ଉନ୍ନତି ସର୍ବଦା ଚିନ୍ତା କରି ତାଙ୍କ ନିଦ ହଜି ଯିବାର ଦ୍ରୁଷ୍ଟାନ୍ତ ରହିଛି। ଶେଷ ସମୟରେ ତାଙ୍କୁ ଅଣଦେଖା ଯୋଗୁଁ ସେ ଭାଙ୍ଗି ନପଡି ତାଙ୍କ ପ୍ରଶିକ୍ଷଣ ଉଦ୍ୟମ ଜାରି ରଖିଥିଲେ। କିନ୍ତୁ ଏହି ଅଣଦେଖା ଘଟଣା ତାଙ୍କୁ ବାର୍ଦ୍ଧକ୍ୟ ଆଡକୁ ଟାଣି ନେଇ ସେ ମାନସିକ ଚାପରେ ରୋଗାଗ୍ରସ୍ତ ହୋଇଥିଲେ। ତାଙ୍କ ମ୍ରୁତ୍ୟୁରେ ସଖାସଂଘ କ୍ରୀଡା ସଂସଦ ନିରାକାରପୁର, ସମ୍ବାଦିକ ସଂଘ ନିରାକାରପୁର ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ଶହଶହ କ୍ରୀଡାପ୍ରେମୀ, ଅଂଚଳର ବୁଦ୍ଧିଜିବୀ ଓ ରାଜନେତା ତାଙ୍କର ଶେଷ ଦର୍ଶନ କରିଥିଲେ । ନିଜସ୍ବ ଗ୍ରାମ ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ପଂଚାୟତ ତାଳପଡା ଗ୍ରାମରେ ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପୁଅ ଅଭିନାଶ ମୁଖାଗ୍ନୀ ଦେଇଥିଲେ । ଓଡ଼ିଶା ସମାଚାର