ଲକ୍ଷ୍ମୀପୁର, ୦୧/୦୪/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ଏବେ ଅଳିଆ ଆବର୍ଜନାରେ ଭରପୁର ହୋଇ ପଡି ରହିଛି। ଜୁଆଡେ ଆଖି ବୁଲାଇଲେ ଗଦା ଗଦା ଅଳିଆ ଆବର୍ଜନା ଦେଖିବାକୁ ମିଳିଛି। ଏଇ କ୍ଷେତ୍ରରେ ପବିତ୍ର ଉତ୍କଳ ଦିବସ ଅବସରରେ ଶୁକ୍ରବାର ଦିନ ଓଡିଶା ଖଣି ନୀଗମ ତରଫରୁ ସଫେଇ ଅଭିଯାନ କରାଯାଛି।
ଖଣି ନିଗମ କାର୍ୟ୍ୟାଳୟ ଠାରୁ ବିଭାଗର କର୍ମଚାରୀ ମାନେ ମୁହଁରେ ମାସ୍କ ଓ ହାତରେ ଝାଡୁ ଧରି ସଫେଇ କରୁଥୁବା ଦେଖିବାକୁ ମିଳିଥିଲା। ଗୋଟିଏ ଜେସିବି ମେସିନ ସହ ସଫେଇ ଗାଡି ମଧ୍ୟ ଲାଗିଥିଲା ବେଳେ ଦୁଇଟି ବେଟେରି ଚାଳିତ ଗାଡି ମାଧ୍ୟମରେ ଅଳିଆ ଗୁଡିକ ନିଆଯାଉ ଥିଲା।ହେଲେ ବଜାର ମଝିରେ ଥିବା ନାଳିଆରୁ ମାଟି ସହ ଆବର୍ଜନା ଗୁଡିକ କାଢି ରାସ୍ତା କଡରେ ଛାଡି ଚାଲି ଯାଇଥିଲେ। ଯାହାକୁ ନେଇ ବଜାର ବାସୀ ଏଇଟା କି ପ୍ରକାର ସଫେଇ ଓଏମସି ତରଫରୁ କରାଗଲା ବୋଲି କହିଛନ୍ତି।
ବ୍ଲକ ସଦର ଚାରିଆଡେ ଅଳିଆ ଆବର୍ଜନା ପଡି ରହିଥିବା ବେଳେ ଓଏମସି ତରଫରୁ କେବଳ ଲକ୍ଷ୍ମୀପୁର ବଜାର ସହ ଥାନା ପର୍ୟ୍ୟନ୍ତ ସଫେଇ କରାଯାଇ ଥିବା ବେଳେ ସମ୍ପୁର୍ଣ ଅଳିଆ ହଟି ନଥିବାରୁ ଏହାକୁ ସାଧାରଣରେ ନାପସନ୍ଦ କରାଯାଇଛି। ଓଡ଼ିଶା ସମାଚାର