ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ
ସାଲେପୁର,୦୧/୦୪/୨୦୨୩(ଓଡିଶା ସମାଚାର /ଅଭୟ ଜେନା)- ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭିକେ ପାଣ୍ଡିଆନ କଟକ ଜିଲା ସତ୍ୟଭାମାପୁର ରେ ପହଂଚି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରିଥିଲେ । ୫ଟି ସଚିବ ମଧୁ ବାବୁ ଙ୍କ ପ୍ରତିମୁର୍ତ୍ତୀ ରେ ମାଲ୍ୟାର୍ପଣ କରିବା ସହିତ ସମଗ୍ର ପୀଠ ବୁଲି ଦେଖିଥିଲେ । ବିଭାଗୀୟ ଅଧିକାରୀ ମାନେ ପ୍ରଥମେ ମ୍ୟାପ ମାଧ୍ୟମ ରେ ପୀଠ ଅବସ୍ଥିତି ଓ ଇତିହାସ ସମ୍ପର୍କ ରେ ୫ଟି ସଚିବ ଙ୍କୁ ସବିଶେଷ ତଥ୍ୟ ଜଣାଇଥିଲେ । ପରେ ପୀଠ ପରିସରରେ ଥିବା ସଂଗ୍ରହାଳୟ ବୁଲିବା ସହିତ ଏଠାରେ ରଖାଯାଇଥିବା ସ୍ମୃତି ସମ୍ପର୍କ ରେ ପଚାରି ବୁଝିଥିଲେ । ସ୍ମୃତି ଫଳକ ଓଡ଼ିଆ ସମେତ ଅନ୍ୟ ଭାଷା ରେ କରିବାକୁ ସେ ପରାମର୍ଶ ଦେଇଥିଲେ । ପରେ ପରେ ପୀଠ ପରିସରରେ ଥିବା ଗାନ୍ଧିଜୀ ଙ୍କ ଅବସ୍ଥାନ ପୀଠ ପରିଦର୍ଶନ କରି ଗାନ୍ଧିଜୀ ଙ୍କ ପ୍ରତିମୁର୍ତ୍ତୀ ରେ ମାଲ୍ୟାର୍ପଣ କରିଥିଲେ ।
ଏହା ପରେ ୫ଟି ସଚିବ ମଧୁ ବାବୁ ଙ୍କ ଏନ୍ତୁଡ଼ିଶାଳ ପରିଦର୍ଶନ କରି ଉତ୍କଳ ଗୌରବ ଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ରଖାଯାଇଥିବା ବିରଳ ଫୋଟୋ ଓ ହସ୍ତ ଲିପି ସମ୍ପର୍କ ରେ ଉପସ୍ଥିତ ଟ୍ରଷ୍ଟ କର୍ମକର୍ତା ଙ୍କ ଠାରୁ ସବିଶେଷ ତଥ୍ୟ ଜାଣିଥିଲେ । ଶେଷରେ ଉପସ୍ଥିତ ମିଶନ ଶକ୍ତି ମା ମାନଙ୍କ ସହିତ ପୀଠ ସମ୍ପର୍କ ରେ ଆଲୋଚନା କରିବା ସହିତ ମଧୁ ସ୍ମୃତି ପୀଠ ରେ ମଧୁବାବୁ ଙ୍କ ଜୀବନୀକୁ ନେଇ ଲାଇଟ ଆଣ୍ଡ ସାଉଣ୍ଡ ବ୍ୟବସ୍ଥା କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ ପୀଠ ର ଉନ୍ନତି କରଣ ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ କହିଥିଲେ । ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ। ୧୫ ଫୁଟ ଉଚ୍ଚର ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ପ୍ରତିଷ୍ଠା କରାଯିବ । ମଧୁ ବାବୁଙ୍କ ଜୀବନ ଓ କୃତିକୁ ନେଇ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ମଧ୍ୟ କରାଯିବ। ଆଗାମୀ ଏପ୍ରିଲ ୧୫ ତାରିଖ ସୁଦ୍ଧା ସମସ୍ତ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପନ କରାଯିବ ।
୫ଟି କାର୍ୟ୍ୟକ୍ରମରେ ଏହି ବିକାଶ କାର୍ୟ୍ୟ କରାଯିବ । ଆଗାମୀ ଏପ୍ରିଲ ୧୫ ତାରିଖ ସୁଦ୍ଧା ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ ।
ଏହି ଅବସର ରେ ମଧୁସୂଦନ ସାଂସ୍କୃତିକ ପରିଷଦ ପକ୍ଷରୁ ୧୨ଟି ପ୍ରସ୍ତାବ ସମ୍ବଳିତ ଏକ ପତ୍ର ପ୍ରଦାନ କରାଯାଇଥିଲା । ୫ଟି ସଚିବ ଙ୍କ ଏହି ପରିଦର୍ଶନ ସମୟରେ ଆରଡିସି ସୁରେଶ ଚନ୍ଦ୍ର ଦଳାଇ, ସିଡିଏ ଅଧ୍ୟକ୍ଷ ଅନିଲ ସାମଲ ,ଜିଲ୍ଲାପାଳ ଡ଼କ୍ଟର ଭବାନୀ ଶଙ୍କର ଚୟନୀ , ଜିଲ୍ଲାପରିଷଦ ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅମ୍ବର କର, ଡିସିପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ସମାଚାର