Monday , June 5 2023
Breaking News
Home / ଶିକ୍ଷା / ହଜ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହଜ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ନିରାକାରପୁର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ହଜ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ପ୍ରିୟ ଶିକ୍ଷକ ସିଦ୍ଧେଶ୍ୱର ମଙ୍ଗରାଜ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ମଣ୍ଡୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅତିଥିଭାବେ ସରପଂଚ ଦମୟନ୍ତୀ ସାମନ୍ତରାୟ, ବିଦ୍ୟାଳୟ ପରିଚାଳନା ସଭାପତି ତ୍ରିଲୋଚନ ବଡ଼ଜେନା ଓ ସମିତି ସଭ୍ୟ ଦିଲ୍ଲୀପ ବଡ଼ଜେନା ପ୍ରମୁଖ ଉପସ୍ଥିତ ରହି ଅବସପ୍ରାପ୍ତ ଶିକ୍ଷକ ସିଦ୍ଧେଶ୍ୱର ମଙ୍ଗରାଜ ଜଣେ ଆଦର୍ଶ ଓ ଛାତ୍ର ବତ୍ସଲ୍ୟ ବ୍ୟକ୍ତି ଥିଲେ ବୋଲି ମତବ୍ୟକ୍ତ କରିବା ସହିତ ତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଶେଷରେ ସୁଧାକର ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.