ନିରାକାରପୁର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ଶିକ୍ଷକତା ଏକ ପେଷା ବା ବେଉସା ନୁହେଁ ବରଂ ଏହା ଏକ ନିଶା । କିନ୍ତୁ ସରକାରୀ ଚାକିରୀରେ ଯେପରି ଏକ ଅବସର ନେବାର ସମୟ ଥାଏ ଠିକ୍ ସେହିପରି ଶିକ୍ଷକ ଚାକିରୀରେ ମଧ୍ୟ ଅବସର ବୟସ ରହିଛି । ଏହି ସମୟ ଆସିଲେ ଅବସର ନେବା ଅନିବାର୍ୟ୍ୟ । ଆଜି ସେହିପରି ଏକ ଅବସର ସଭା ଅନୁଷ୍ଠିତ ହୋଇଥିଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭୁଷଣ୍ଡପୁର ପରିସରରେ ଏହାର ଶିକ୍ଷୟିତ୍ରୀ ମିନତୀ ରାଣୀ ସରକାରଙ୍କ ନିମନ୍ତେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସ୍ଥାନୀୟ ସରପଞ୍ଚ ଶ୍ରୀ ସୌରଭ କୁମାର ଦାସ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଟାଙ୍ଗି ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ପ୍ରଦୀପ କୁମାର ପରିଡା, ଗୋଷ୍ଠୀ ଶିକ୍ଷା କାର୍ୟ୍ୟାଳୟ ଟାଙ୍ଗିର କ୍ଲର୍କ ଶରତ ଚନ୍ଦ୍ର ଦାସ,ବିଦ୍ୟାଳୟର ଏସ୍ ଏମ୍ ସି ସଭାପତି ସୁଶାନ୍ତ କୁମାର ସାମନ୍ତରାୟ, ରାଧାକାନ୍ତ ପରିଡା ଓ ସିଆରସିସି ସପନ ସର୍ଦ୍ଦାର ଏବଂ ସଭାପତି କାର୍ୟ୍ୟ ତୁଲାଇଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ବେହେରା । ଅତିଥି ମାନେ ବିଦାୟୀ ଶିକ୍ଷୟିତ୍ରୀ ମିନତୀ ରାଣୀଙ୍କ ବହୁମୂଖୀ ପ୍ରତିଭାର ଭୂୟସୀ ପ୍ରଶଂସା କରିଥିଲେ । ତାଙ୍କ ଅବର୍ତ୍ତମାନରେ ବିଦ୍ୟଳୟର ଶିକ୍ଷଣ କାର୍ୟ୍ୟ କିପରି ସୁରୁଖୁରୁରେ ଚାଲିବ ସେଥିପାଇଁ ଅତିଥି ମାନେ ଚିନ୍ତା ପ୍ରକଟ କରିଥିଲେ । ସେ ଜଣେ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଶିକ୍ଷାଦାନ କାର୍ୟ୍ୟରେ ଆଦୌ ଅବହେଳା କରି ନାହାନ୍ତି ଏବଂ ଦୀର୍ଘ ଏକତ୍ରିଶ ବର୍ଷ ଗୋଟିଏ ବିଦ୍ୟାଳୟରେ କାର୍ୟ୍ୟ କରି ଆସୁଥିଲେ । ବିଦାୟ କାଳୀନ ସଭାରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଶିକ୍ଷକ ରମେଶ ଚନ୍ଦ୍ର ପଲେଇ ଓ ଧନ୍ୟବାଦ ପ୍ରଦାନ କରିଥିଲେ ବରିଷ୍ଠ ଶିକ୍ଷକ ଅମ୍ଳାନ ପ୍ରହରାଜ । କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରତାପ ଜେନା,ବନବିହାରୀ ପ୍ରତିହାରୀ, ରମାକାନ୍ତ ପ୍ରହରାଜ,ଟୁକୁମଣି ଦାଶ, ପ୍ରଭାସ ରଞ୍ଜନ ପଟ୍ଟନାୟକ,ତପନ କୁମାର ହାଲଦାର, ସୁଶୀଲ କୁମାର ସରକାର, ସୁବାସ ଚନ୍ଦ୍ର ସାମନ୍ତରାୟ, ଜ୍ୟୋତ୍ସ୍ନା ରାଣୀ ବେହେରା ପ୍ରତାପ ସାହୁ,ଲିପୁ ରଞ୍ଜନ ବାରିକ,ରାକେଶ ଜେନା,ଗୋଦାବରିଶ ଦାଶ ଏବଂ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷିକା ବୃନ୍ଦ । ଏହି କାର୍ୟ୍ୟକ୍ରମରେ ଭୁଷଣ୍ଡପୁର କ୍ଳଷ୍ଟରର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର