Monday , June 5 2023
Breaking News
Home / ବିଶେଷ / ମଦ ଜବତ : ଜଣେ ଗିରଫ

ମଦ ଜବତ : ଜଣେ ଗିରଫ

ନିରାକାରପୁର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ପୋଲିସ୍ ଆଜି ରାସ୍ତାରେ ଯାଉଥିବା ଚୋରା ମଦ ଜବତ କରିବା ସହିତ ଜଣକୁ ଗିରଫ କରିଛି। ସୂଚନା ଯୋଗ୍ୟ କି ପୁରୀ ଜିଲ୍ଲା ଟାଇଁଲ ଗ୍ରାମର ଯଶୋବନ୍ତ ଦକ୍ଷିଣକବାଟ ନାମକ ଜଣେ ଯୁବକ ନିରାକାରପୁର ଥାନା ଅଞ୍ଚଳ ଦେଇ ଟାଇଁଲ ଯାଉଥିବାବେଳେ ନିରାକାରପୁର ଥାନା ଆଇଆଇସି ଗୀତାଞ୍ଜଳୀ ନାୟକଙ୍କ ନିର୍ଦ୍ଦେଶରେ ଯଶୋବନ୍ତ ଙ୍କୁ ଗିରଫ କରିବା ସହିତ ୧୩ ଲିଟର ବିୟର ଜବତ କରିଥିଲେ। ଓଡ଼ିଶା ସମାଚାର

 

Leave a Reply

Your email address will not be published.