Friday , June 9 2023
Home / ବିଶେଷ / ବିଦ୍ୟୁତ୍ ଅଘଟଣ: ତିନି ଦିନରେ ବିଦ୍ୟୁତ୍ ଆଘାତରେ ତିନି ମୃତ,ଉଦବେଗ ବଢୁଛି

ବିଦ୍ୟୁତ୍ ଅଘଟଣ: ତିନି ଦିନରେ ବିଦ୍ୟୁତ୍ ଆଘାତରେ ତିନି ମୃତ,ଉଦବେଗ ବଢୁଛି

କଟକ ସଦର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- କଟକ ସଦର ଅନ୍ତର୍ଗତ କନ୍ଦରପୁର ଓ କିଶନ ନଗର ଥାନା ଓ ବିଦ୍ୟୁତ ସେକ୍ସସ ଇଲାକାରେ ତିନି ଦିନରେ ତିନି ଜଣଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିବାକୁ ନେଇ ଉଦବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି।ପ୍ରକାଶ ଯେ ଆଜି ଶୁକ୍ରବାର ଦିନ ପୂର୍ବାହ୍ନରେ ଵାରଦା ପଞ୍ଚାୟତ ଶଗଡ଼ି ପାଟଣା ଗ୍ରାମର କାଳିଆ ଭୋଇ(୫୨) କାକୁଡି ବିଲରେ ମାଙ୍କଡ ହୁଡାଉଥିଲେ। ଗୋଟିଏ ମାଙ୍କଡ ଵିଲ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢ଼ିଯାଇ ତାରକୁ ଧରି ପକାଇଵାରୁ ତାର କାଳିଆ ଙ୍କ ଉପରେ ଛିଡି ପଡ଼ିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ଏବଂ ମାଙ୍କଡଟି ମଧ୍ୟ ମରିଯାଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସେହିପରି ଗତକାଲି ଗୁରୁବାର ଈଶାଣିଵ୍ରହ୍ମପୁର ପଞ୍ଚାୟତ ଭୋଇପଡା ଗ୍ରାମର କୁନା ଭୋଇ(୩୮) ସକାଳେ କାକୁଡି କିଆରୀରେ ପାଣି ଦେଉଥିବା ବେଳେ ମଟର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ସେହିପରି ଏହା ପୂର୍ବରୁ ଆୟତପୁର ପଞ୍ଚାୟତ ଦାମୋଦରପୁର ଗ୍ରାମର ସଂଯୁକ୍ତା ମଲ୍ଲିକ (୩୧) ଲୁଗା ଶୁଖାଉଥିଵା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରକାଶ ସେଠୀ ଘଟଣା ସ୍ଥଳକୁ ଯାଇଁ ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି  ।

Leave a Reply

Your email address will not be published.