ଖୋର୍ଦ୍ଧା,୩୧/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)- ଗତକାଲି ବିଳମ୍ବିତ ରାତିରେ ନିଳକଂଠେଶ୍ବର ନାମକ ବସ ଭୁବନେଶ୍ୱର ରୁ ରାୟଗଡା ଯାଉଥିବା ବେଳେ ୧୬ ନଂ ଜାତୀୟ ରାଜପଥ ଗୋହୀରା ଛକ ରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ସାଇଡ୍ ମରା କୁ ନେଇ ବସ ଚାଳକ ଓ ବାଇକ ଚାଳକ ମଧ୍ୟ ରେ ହୋଇଥିଲା ବଚସା। ବାଇକ ଚାଳକ ଜଣକ ବସ ଆଗରେ ବାଇକ ରଖି ବସକୁ ଟେକା ମାରିବାରୁ ବସ କର୍ମଚାରୀ ବାଇକ ଚାଳକକୁ ସେଠାରୁ ବସରେ ଉଠାଇ ଆଣିଥିଲେ। ପରେ ସ୍ଥାନୀୟ ଲୋକ ଏକ କାର ରେ ବସକୁ ପିଛାକରି ଜଂକିଆ ଠାରେ ବସକୁ ଅଟକାଇ ଡ୍ରାଇଭର ହେଲପର ଓ କଣ୍ଡକ୍ଟର କୁ ଜଂକିଆ ପୋଲିସ ଜିମା ଦେଇଥିଲେ । ଅନ୍ୟ ପକ୍ଷରେ ବସ ମାଲିକ ବସର ଚାବି ଓ କଣ୍ଡକ୍ଟର ଠାରୁ ଟଙ୍କା ବ୍ୟାଗ ଛଡାଇ ନେବା ସଂପର୍କରେ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଜଂକିଆ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅନ୍ୟ ଏକ ବସରେ ଯାତ୍ରୀ ମାନଙ୍କୁ ଛଡା ଯଇଥିବା ସୂଚନା ମିଳିଛି। ଓଡିଶା ସମାଚାର