Monday , June 5 2023
Breaking News
Home / ବିଶେଷ / ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ ଓ ୫ ହଜାର ଜୋରିମାନା

ଦୁଷ୍କର୍ମ ଅଭିଯୁକ୍ତକୁ ୩ ବର୍ଷ ଜେଲ ଓ ୫ ହଜାର ଜୋରିମାନା

କେନ୍ଦ୍ରାପଡ଼ା, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ କେନ୍ଦ୍ରାପଡା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଜଜଙ୍କ ଅଦାଲତ ୩ବର୍ଷ ଜେଲ ଦଣ୍ଡ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣା ଅନୁଯାୟୀ କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ରେସୋ ଗ୍ରାମର ଗୁଲିଆ ଓରଫ ଗୁରୁ ଚରଣ ସେଠୀ(୪୬) ସେହି ଗ୍ରାମର ଜନୈକ ମହିଳାଙ୍କ ସ୍ୱାମୀ ନଥିବାର ସୁଯୋଗ ନେଇ ଗତ ୨୦୧୪ ମସିହା ଅଗଷ୍ଟମାସ ୨୬ତାରିଖ ରାତି ୧୧ଟା ସମୟରେ ତାଙ୍କ ଘର କବାଟ ବାଡେଇ ଥିଲେ । ପାଣି ଟୋପେ ପିଇବାକୁ ବାରମ୍ବାର ଅନୁରୋଧ କରି କବାଟ ବାଡେଇବାରେ ସମ୍ପୃକ୍ତ ମହିଳା ଜଣଙ୍କ କବାଟ ଖୋଲିଥିଲେ । ତାଙ୍କ ବର୍ଷକର ପୁଅ ବେକରେ ଛୁରୀ ଲଗେଇ ତା ସହିତ ସମ୍ପର୍କ ରଖିବାକୁ ଧମକ ଦେଇଥିଲା । ନଚେତ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଗୁଲିଆ ସେହି ମହିଳାଙ୍କୁ ଧମକ ଦେବା ସହିତ ମହିଳାଙ୍କ ନାକରେ ଏକ ରୁମାଲକୁ ଶୁଙ୍ଘାଇ ଦେଇଥିଲେ । ମହିଳା ଜଣଙ୍କ ଅଚେତ ହୋଇପଡିବା ପରେ ତାଙ୍କୁ ନିକଟସ୍ଥ ଏକ ପାଳଗଦା ମୁଳକୁ ଟେକି ନେଇ ଜୋରଜବରଦସ୍ତ ତାଙ୍କ ସହିତ ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବା ପରେ କେଶ ନମ୍ବର ୨୪୦/୨୦୧୪ରେ ପୋଲିସ୍ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା । ପୋଲିସ ତଦନ୍ତ କରି କୋର୍ଟରେ ରିପୋର୍ଟ ଦାଖଲ କରିବା ପରେ କେନ୍ଦ୍ରାପଡା ଫାଷ୍ଟଟ୍ରାକ ସ୍ୱତନ୍ତ୍ର ଜଜ ତ୍ରିବିକ୍ରମ କେଶରୀ ଚିନ୍ନାରା ଜି.ଆର. କେଶ ନମ୍ବର ୩୬୨/୨୦୧୪ ଓ ଏସ.ଟି. କେଶ ନମ୍ବର ୧୩୩/୨୦୧୫ରେ ସଂପୃକ୍ତ ମାମଲାର ଶୁଣାଣୀ କରି ୧୨ଜଣ ସାକ୍ଷୀଙ୍କ ଠାରୁ ବୟାନ ରେକର୍ଡ କରିବା ପରେ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ରେସୋ ଗ୍ରାମର ବାଇଧର ସେଠୀଙ୍କ ପୁଅ ଅଭିଯୁକ୍ତ ଗୁଲିଆ ଓରଫ ଗୁରୁ ଚରଣ ସେଠୀଙ୍କୁ ଆଇପିସିର ୩୫୪ ଓ ୩୫୪(ଖ) ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୬ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । ୧୦ ବର୍ଷ ପରେ ପୀଡିତାଙ୍କୁ ନ୍ୟାୟ ମିଳିଛି । ଏହି ମାମଲାକୁ ଅଦାଲତରେ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ସଞ୍ଜୟ କୁମାର ଜେନା ପରିଚାଳନା କରୁଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.