Monday , June 5 2023
Breaking News
Home / ନିର୍ବାଚନ / ଝାରସୁଗୁଡ଼ା ଉପନିର୍ବାଚନ : ଦୀପାଳି ଦାସ ବିଜେଡି ଦଳର ପ୍ରାଥିୀ

ଝାରସୁଗୁଡ଼ା ଉପନିର୍ବାଚନ : ଦୀପାଳି ଦାସ ବିଜେଡି ଦଳର ପ୍ରାଥିୀ

ଭୁବନେଶ୍ୱର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି । ଆସନ୍ତା ମେଁ ୧୦ ତାରିଖ ରେ ଭୋଟ ହେବ। କଳ୍ପନାଜଳ୍ପନାର ଅନ୍ତ ଘଟାଇ ସର୍ବ ପ୍ରଥମେ  ବିଜୁ ଜନତା ଦଳ (ବିଜେଡି) ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ସ୍ବର୍ଗତ ସ୍ବାସ୍ବ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡିରୁ ଦୀପାଳି ଦାସଙ୍କୁ ଟିକେଟ୍ ମିଳିଥିବା ନେଇ ପ୍ରକାଶ କରିଛନ୍ତି । ବିଜେଡିର ପ୍ରାର୍ଥୀ ଘୋଷଣା ହେଲା ପରେ ଖୁବ ଶୀଘ୍ର ବିଜେପି ଓ କଂଗ୍ରେସ ସମେତ ଅନ୍ୟ ଦଳ ନିଜନିଜର ପ୍ରାର୍ଥୀ ଘୋଷଣା କରିବେ ବୋଲି ଆଶା କରାଯାଉଛି।ଓଡ଼ିଶା ସମାଚାର

Leave a Reply

Your email address will not be published.