Monday , June 5 2023
Breaking News
Home / ତାଜା ଖବର / କେନାଲକୁ ଖସିଲା ବୋଲେରୋ, ୭ ମୃତ

କେନାଲକୁ ଖସିଲା ବୋଲେରୋ, ୭ ମୃତ

ସମ୍ବଲପୁର, ୩୧/୦୩/୨୦୨୩ (ଓଡ଼ିଶା ସମାଚାର)- ବରଯାତ୍ରୀ ଥିବା ଏକ ବୋଲେରୋ ଗାଡ଼ି କେନାଲ ଭିତରକୁ କୁ ଖସିପଡିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବୋଲେରୋ ଗାଡିଟି ଭାରସାମ୍ୟ ହରାଇ ବିଶାଳଖିଣ୍ଡା ସ୍ଥିତ ଶାସନ କେନାଲକୁ ଖସି ପଡିବାରୁ ପାଣିରେ ବୁଡି ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଏଥିସହିତ ଜଣେ ନିଖୋଜ ଥିବା ସୂଚନା ମିଳିଛି। ବରଯାତ୍ରୀ ଭାବେ ଏକ ବିବାହ ଭୋଜିରେ ଯୋଗଦେବାକୁ ଏକ ବୋଲେରୋ ଗାଡ଼ିରେ ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ଆସିଥିଲେ । ବିବାହ ଭୋଜିରୁ ଫେରୁଥିବା ବେଳେ ରାତି ପ୍ରାୟ ୨ଟା ବେଳେ ବିଶାଳଖିଣ୍ଡା ସ୍ଥିତ ଶାସନ ନିକଟରେ ଗାଡିଟି ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା।
୭ ମୃତକଙ୍କ ପରିଚୟ ମିଳିଛି। ମୃତକମାନେ ହେଉଛନ୍ତି ବଡ଼ଧରା ଗ୍ରାମର ସୁବଳ ଭୋଇ, ସୁମନ୍ତ ଭୋଇ, ସୂରଜ ସେଠ, ଦିବ୍ୟ ଲୁହା, ଅଜିତ ଖମାରି, ଶତ୍ରୁଘ୍ନ ଭୋଇ ଓ ରମାକାନ୍ତ ଭୟର। ମୃତ ଶତ୍ରୁଘ୍ନ ଭୋଇ ଗାଡ଼ିଚାଳକ ବୋଲି ଜଣାଯାଇଛି ।
ସୂଚନା ଅନୁଯାୟୀ, ଏକ ବିବାହ ବରଯାତ୍ରୀ ଭାବେ ଯୋଗଦେବା ପାଇଁ ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଅଞ୍ଚଳରୁ ପରମାଣପୁରକୁ ଆସିଥିଲେ । ହସଖୁସିରେ ବରଯାତ୍ରୀ କନ୍ୟା ଘରେ ପହଞ୍ଚିଥିଲେ । ଭୋଜି ଖାଇ କନ୍ୟା ଘରୁ ବରଯାତ୍ରୀ ଯାଇଥିବା କିଛି ଲୋକେ ନିଜ ଘର ଝାରସୁଗୁଡ଼ା ଜ଼ିଲ୍ଲା କନକତୁରା ବଡ଼ଧରା ଗ୍ରାମକୁ ବାହାରିଥିଲେ । ଫେରିବା ବେଳକୁ ପ୍ରବଳ ବର୍ଷା ହେଉଥିଲା । ଗୋଟିଏ ବୋଲେରୋ ରେ ୧୧ ଜଣ ବାହାରିଥିଲେ । ତେବେ ଶାସନ ଥାନା ଅନ୍ତର୍ଗତ ବିଶାଳଖିଣ୍ଡା ବୁଲାଣିକୁ ପହଞ୍ଚିବା ମାତ୍ରେ ଭାରସାମ୍ୟ ହରାଇ ଗାଡ଼ିଟି ସିଧା ଶାସନ କେନାଲ ଭିତରକୁ ପଶି ଯାଇ ଓଲଟି ପଡ଼ିଥିଲା । ଏହି ଘଟଣାଟି ରାତି ପ୍ରାୟ ୨ଟା ସମୟରେ ଘଟିଥିଲା । ଗାଡ଼ିଟି ଓଲଟି ପଡ଼ିବାରୁ ଗାଡ଼ି ଭିତରେ ଥିବା ଯୁବକମାନେ ସମସ୍ତେ ବାହାରି ପାରିନଥିଲେ । ତେବେ କୌଶଳକ୍ରମେ ଜଣେ ଯୁବକ ବାହାରି ତାଙ୍କ ସମ୍ପର୍କୀୟମାନଙ୍କୁ ଫୋନ କରିଥିଲେ। ଘଟଣାସ୍ଥଳରେ ସମସ୍ତେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । ତେବେ ଗାଡ଼ିରୁ ୩ ଜଣ ବାହାରି ପାରିଥିଲେ । ଆଉ ୬ ଜଣ ବାହାରି ପାରି ନଥିଲେ । ଗାଡ଼ି ଚାଳକର ମିଳିନଥିଲା । ପରେ ଗାଡ଼ିଚାଳକ ଶତ୍ରୁଘ୍ନ ଭୋଇ ର ମୃତ ଦେହ ଉଦ୍ଧାର କରାଯାଇଥିଲା । ପୁଲିସ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ସମସ୍ତ ମୃତକ ଝାରସୁଗୁଡ଼ା ବଡ଼ଧରା ଗାଁର ବୋଲି ଜଣା ପଡିଛି। ଅନ୍ୟ ପଟରେ ରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ ଏହି ଦୂର୍ଘଟଣା ଘଙ୍କିଥିବା କୁହାଯାଉଛି ।

ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.