Monday , June 5 2023
Breaking News
Home / ତାଜା ଖବର / ହାତି ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ହାତି ଆକ୍ରମଣରେ ଦୁଇ ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ଦୁଦୁରକୋଟ ବାଘୁଆସାହିରେ ଦନ୍ତା ହାତୀ ଆକ୍ରମଣରେ ଦୁଇଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଉଭୟ ବାଡ଼ିପଟକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିବା ଯୋଗୁ ଦୁଇ ମହିଳାଙ୍କର ମୃତ୍ୟୁ ଘଟିଛି।

ଦୁଇ ମୃତକ ହେଉଛନ୍ତି  ମଙ୍ଗୁଳୁ ସାମଲଙ୍କ ପତ୍ନୀ ପୁଟି ବେୱା ଓ ନବକିଶୋର ମାଝୀଙ୍କ ପତ୍ନୀ ଅଗରୀ ମାଝୀ। କ୍ଷତିପୂରଣ ଦାବି କରି ସ୍ଥାନୀୟ ଜନସାଧାରଣ ଟାୟାର ଜାଳି ପୁରୁଣା କଟକ- ସମ୍ବଲପୁର ରାସ୍ତାର ଦୁଦୁରକୋଟ ତାରିଣୀ ଛକରେ ରାସ୍ତାରୋକ କରିଛନ୍ତି।ଓଡ଼ିଶା ସମାଚାର

Leave a Reply

Your email address will not be published.