ଖୋର୍ଦ୍ଧା,୩୦/୩/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – କଳାମାଟି ବକୁ ଅଯୋଧ୍ୟା ବିହାରରେ ପ୍ରତିଷ୍ଠିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ବିଦ୍ୟାଳୟ ପ୍ରଧାନ ଆଚାର୍ୟ୍ୟ ବ୍ରଜ କିଶୋର ନାଥଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବରେ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସୁଧାଶୁଂ ଶେଖର ମହାନ୍ତି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ମଂଗରାଜ,ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଅବଧୁତ ଚମ୍ପତ୍ତି,ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ରବିନ୍ଦ୍ର କୁମାର ପଟ୍ଟନାୟକ,ବିଦ୍ୟାଳୟ ସମ୍ପାଦକ କିଶୋର ଚନ୍ଦ୍ର ସାହୁ, ସାମ୍ବାଦିକ ବିକ୍ରମ କେଶରୀ ସାହୁ,
କ୍ରିଡା ଶିକ୍ଷକ ତନୁଜ କୁମାର ପରୀଡା,ଶିଶୁ ମନ୍ଦିର ର ଉପସଭାପତି ଦିପକ କୁମାର ଉପାଧ୍ୟାୟ,ସିଆରସିସି ଅଜୟ କୁମାର ବେହେରା,ଶିକ୍ଷାବିତ ବସନ୍ତ କୁମାର ମହାପାତ୍ର ଯୋଗଦେଇଥିଲେ।ବିଦ୍ୟାମନ୍ଦିର ବହୁ ଘାତ ପ୍ରତିଘାତରେ ୧୮ବର୍ଷ ଅତିକ୍ରାନ୍ତ କରିଥିବା ବେଳେ ବିଦ୍ୟାଳୟ ଗୁରୁମା ବାର୍ଷିକ ବିବରଣୀ ପାଠକରି ସଭା ଅନୁଷ୍ଠିତ ହୋଇଥିଲା।ମଂଚରେ ସମ୍ମାନିତ ଅତିଥି ମାନଙ୍କୁ ମାନପତ୍ର ଓ ଉତ୍ତରିୟ ଦେଇ ବିଦ୍ୟାଳୟ ପକ୍ଷରୁ ସମ୍ମାନିତ କରାଯାଇଥିଲା।ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା କୃତି ପ୍ରତିଯୋଗ ମାନଙ୍କୁ ଅତିଥି ମାନେ ମାନପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା।ଏହି ଶିଶୁ ବିଦ୍ୟାମନ୍ଦିର ର ପ୍ରତିଷ୍ଠାତା ସ୍ୱର୍ଗତ ସୁରେଶ କୁମାର ପଟ୍ଟନାୟକଙ୍କ ସୁପୁତ୍ର ହିମାଂଶୁ ଭୂଷଣ ପଟ୍ଟନାୟକ ସମସ୍ତ କାର୍ୟ୍ୟ ସୁପରିଚାଳନା କରିଥିଲେ।