Monday , June 5 2023
Breaking News
Home / ବିଶେଷ / ବିଦେଶୀ ମଦ ଜବତ : ଜଣେ ଗିରଫ

ବିଦେଶୀ ମଦ ଜବତ : ଜଣେ ଗିରଫ

ଖୋର୍ଦ୍ଧା,୩୦/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)- ନିରାକାରପୁର ଥାନା ଅନ୍ତର୍ଗତ ନୁଆ ଜଗନ୍ନାଥ ସଡ଼କ ଲେଣ୍ଡୋ ଛକରୁ ଜଣେ ବ୍ୟକ୍ତି ଙ୍କ ଠାରୁ ୧୩ ଲିଟର ବିଦେଶୀ ମଦ ଜବତ କରିଛି ନିରାକାରପୁର ପୋଲିସ । ସୁଚନା ଅନୁଯାୟୀ ଆଜି ଦିନ ୧ ଘଟିକା ସମୟରେ ଲେଣ୍ଡୋ ଛକ ନିକଟରେ ପୁରୀ ଜିଲ୍ଲା କଣାସ ବ୍ଲକ୍ ଟାଇଁଲ ଗ୍ରାମର ଯଶୋଵନ୍ତ ଦକ୍ଷିଣକବାଟ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ୧୩ ଲିଟର ବିଦେଶୀ ମଦ ନେଇ ଯାଉଥିବା ସମୟରେ ଖବର ପାଇ ନିରାକାର ପୋଲିସ ଗିରଫ କରିବା ସହ  ମଦ ଜବତ କରିଛି। ଏନେଇ ପୋଲିସ  ୮୩/୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଗିତାଞ୍ଜଳି ନାୟକ ସୁଚନା ଦେଇଛନ୍ତି।

Leave a Reply

Your email address will not be published.