Monday , June 5 2023
Breaking News
Home / ତାଜା ଖବର / ଦେଶି ବନ୍ଧୁକ ଫୁଟି ମହିଳା ଙ୍କ ମୃତ୍ୟୁ

ଦେଶି ବନ୍ଧୁକ ଫୁଟି ମହିଳା ଙ୍କ ମୃତ୍ୟୁ

କୋରାପୁଟ, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଦେଶୀ ବନ୍ଧୁକରୁ ଗୁଳି ଫୁଟି ଜଣେ ବୃଦ୍ଧାଙ୍କର  ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ନୂଆଗାଁରେ ଘଟିଛି ଏହି ଘଟଣା । ମୃତକ ହେଉଛନ୍ତି ଜାନୀ ମଞ୍ଜୁଳା (୬୫ ବର୍ଷ) । ଜିଲ୍ଲାରେ ଆଦିବାସୀଙ୍କ ଚଇତି ପରବ ଚାଲିଛି । ଏନେଇ ଘରେ ରଖିଥିବା ସମସ୍ତ ଅସ୍ତ୍ରଶସ୍ତ୍ର ପୁଜାକରିବା ବିଧି ରହିଛି । ଵୋଇ କମୂଲୁ ଘରେ ରଖିଥିବା ଦେଶୀ ବନ୍ଧୁକ ଟିକୁ ବାହାର କରିବା ସମୟରେ ବନ୍ଧୁକଟି ହାତରୁ ଖସି ଗୁଳି ଫୁଟିଯାଇଥିଲା ବୋଲି କୁହାଯାଉଛି । ଗୁଳିଟି ସ୍ତ୍ରୀ ଜାନୀ ମଞ୍ଜୁଳାଙ୍କ ଦେହରେ  ବାଜିବାରୁ ସେ ଆହତ ହୋଇଥିଲେ । ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଟ୍ଟାଙ୍ଗି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।  ହେଲେ ସେଠାରେ  ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପଟ୍ଟାଙ୍ଗି ଥାନାରେ ଖବର ପହଂଚିବା ପରେ   ପୋଲିସ  ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ବନ୍ଧୁକରେ  ଗୁଳି କାହିଁକି ଥିଲା ? ବନ୍ଧୁକଟି ହାତରୁ ଖସିପଡ଼ିବାରୁ ବନ୍ଧୁକ ର ଗୁଳି ଯାଇ ଜାନୀ ମଞ୍ଜୁଳା ଙ୍କ ଦେହରେ କିପରି ବାଜିଲା , ସେ ନେଇ ତଦନ୍ତ ହେଲେ ପ୍ରକୃତ କଥା ଜଣାପଡ଼ିବ । ଓଡ଼ିଶା ସମାଚାର

Leave a Reply

Your email address will not be published.