କଟକ,୩୦/୦୩/୨୦୨୩(ଓଡିଶା ସମାଚାର/ ଅଭୟ ଜେନା)-କଟକ ସତିଚୌରା ନିକଟ ରେ ଦୁର୍ଘଟଣା। ରାସ୍ତା ଉପରେ ବସ୍ ପାଇଁ ଅପେକ୍ଷାରେ ଥିବା ଦୁଇ ଯାତ୍ରୀ ଙ୍କ ଉପରେ ଚଢେଇ ଦେଲା କାର। ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଘରୋଇ ହସ୍ପିଟାଲରେ ଗୁରୁତର ମହିଳା ଙ୍କୁ ଭର୍ତ୍ତି କରାଯାଇଚି । କଟକ ସତିଚୌରା ଟ୍ରାଫିକ ଛକ ଗଡାରେ ଘଟିଛି ଏହିଗୁରୁତର ଘଟଣା।
ଦୁର୍ଘଟଣା ପରେ ଲୋକେ ସମ୍ପୃକ୍ତ ଯୁବକ କୁ ଅଟକାଇ ପୋଲିସ ଜିମା ଦେଇଛନ୍ତି। ଯୁବକ ଜଣକ ମା ଝିଅଙ୍କୁ ପିଟିବା ପରେ ପାଖରେ ଥିବା ଦୋକାନ ଉପରେ କାର ମଡ଼ାଇ ଦେଇଥିଲେ। ମାଁ ଗୁରୁତର ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି।ଓଡ଼ିଶା ସମାଚାର