ଭୁବନେଶ୍ୱର, ୩୦/୦୩/୨୦୨୩ (ଓଡ଼ିଶା ସମାଚାର)- ଓମଫେଡ ପ୍ୟାକେଟ ପିଛା ଦୁଇ ଟଙ୍କା ବୃଦ୍ଧି ହୋଇଛି। କୃଷକଙ୍କ ଖର୍ଚ୍ଚକୁ ନଜରରେ ରଖି ଆସନ୍ତା ଏପ୍ରିଲ ପହିଲା ରୁ ଓମଫେଡ୍ ର ନୂଆ ଦର ଲାଗୁ ହେବ । ସମସ୍ତ ପ୍ରକାର ଦୁଗ୍ଧ ପାଇଁ ନୂଆ ଦର ଧାର୍ୟ୍ୟ ହୋଇଛି । ଗୋଖାଦ୍ୟ, ଗୋଚାରା ମୂଲ୍ୟ , ଔଷଧ ଏବଂ ଇନ୍ଧନ ମୂଲ୍ୟ , ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ବୃଦ୍ଧି କାରଣରୁ ଓମଫେଡ ଦୁଗ୍ଧ ପ୍ୟାକେଟ ପିଛା ୨ଟଙ୍କା ଲେଖାଏଁ ବୃଦ୍ଧି କରିଛି।
ଓମଫେଡର ଟୋନଡ୍ ମିଲ୍କ ର ଦର ୫୦୦ ମି.ଲିର ଖୁଚୁରା ଦର ପୂର୍ବରୁ ୨୧ ଟଙ୍କା ଥିବା ବେଳେ ଏବେ ତାହା ୨୩ ଟଙ୍କା ହେବ। ସେହିପରି ପ୍ରିମିୟମ ଓମଫେଡ ୨୪ ଟଙ୍କା ପରିବର୍ତ୍ତେ ୨୬ ଟଙ୍କା ହେବ । ଗୋଲ୍ଡ ଓମଫେଡ ୨୬ ଟଙ୍କା ଏବଂ ଚା ସ୍ପେଶିଆଲ ୨୫ ଟଙ୍କା ହେବ । ଗତ ବର୍ଷ ମୂଲ୍ୟ ବୃଦ୍ଧି ପାଇଥିଲେ ମଧ୍ୟ ଏଜେଣ୍ଟଙ୍କ କମିଶନ ବୃଦ୍ଧି ପାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଚଳିତ ଥର ମୂଲ୍ୟ ବୃଦ୍ଧି ସହିତ ଏଜେଣ୍ଟଙ୍କ କମିଶନ ପ୍ୟାକେଟ ପିଛା ୨୦ ପଇସା ବୃଦ୍ଧି କରାଯାଇଛି।ଓଡ଼ିଶା ସମାଚାର