ନିଶ୍ଚିନ୍ତକୋଇଲି,୨୯/୦୩/୨୦୨୩ (ଓଡ଼ିଶା ସମାଚାର)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତ ବିଲସାହି ଠାରେ ପ୍ରତିଷ୍ଠିତ ଶ୍ରୀ ଶ୍ରୀ ପଂଚମୁଖୀ ହନୁମାନ ଙ୍କ ୯ମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ମଙ୍ଗଳବାର ଦିନ ଅଙ୍କୁରା ରୋପଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରାଯାଇଥିଲା । ବୁଧବାର ଦିନ ଚିତ୍ରୋପôଳା ନଦୀ ତଟରେ ପୂଜାର୍ଚ୍ଚନା କରାଯିବା ପରେ ନଦୀରୁ ପବିତ୍ର ଜଳ ଗ୍ରାମର ନର ନାରୀମାନେ ଶୁଭ କଳସୀରେ ଆଣି ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ପ୍ରଥମେ ଗ୍ରାମ ଦେବତୀଙ୍କ ନିକଟରେ ପହଂଚିଥିଲେ ।
ସେଠାରେ ପୂଜାର୍ଚ୍ଚନା କରାଯିବା ପରେ ବିଲହାଟ ବଜାର ପରିକ୍ରମା କରି ଯଜ୍ଞ ମଣ୍ଡପରେ ଶୁଭ କଳସୀ ସ୍ଥାପନ କରାଯାଇଥିଲା । ପରେ ମଣ୍ଡଳାଦି କରଣ, ଯଜ୍ଞାଧିବାସ କରାଯାଇଛି । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲଉଡ଼ି ଖେଳ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଗୁରୁବାର ପଂଚମୂଖି ହନୁମାନଙ୍କ ଷୋଡ଼ଷ ଉପଚାରରେ ପୂଜା, ଅଗ୍ନୀ ସ୍ଥାପନ , ସୂର୍ଯ୍ୟ ପୂଜା, ଗୋ ପୂଜା, ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ରହିଥିବାବେଳେ ସନ୍ଧ୍ୟାରେ କଟକର ସାଇ ଗଷେଶ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଛି ।
ସେହିପରି ଶୁକ୍ରବାର ପଂଚମୂଖି ହନୁମାନଙ୍କ ଷୋଡ଼ଷ ଉପଚାରରେ ପୂଜା, ସୂର୍ଯ୍ୟ ପୂଜା, ଗୋ ପୂଜା ,୧୦୮ ହନୁମାନ ଚାଳିଶା ଓ ଅଷ୍ଟମ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ରହଛି । ଶନିବାର ସୂର୍ଯ୍ୟ ପୂଜା, ଗୋ ପୂଜା , ସର୍ବ ଦେବ ଆହୂତି ଓ ପୁର୍ଣ୍ଣାହୂତି କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଶ୍ରୀ ପଂଚମୁଖୀ ହନୁମା ମନ୍ଦିର ପୂଜା କମିଟି ପକ୍ଷରୁ ସୂଚନା ମିଳିଛି । ଓଡ଼ିଶା ସମାଚାର