ନିରାକାରପୁର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଅଶୋକାଷ୍ଟମୀ ଅବସରରେ ବୁଧବାର ଦିନ ଖୋର୍ଦ୍ଧା ଜିଲା ଡିଆ ପଂଚାୟତ ବିଜେ ଡିଆ ଠାରେ ଥିବା ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ବିଜୟା ରଥ ସକାଳ ଯାତ୍ରା ଶାନ୍ତି ଶୃଙ୍ଖଳାର ସହିତ ହୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଘନ ଅନ୍ଧାର କାଦୁଅ ବିଲରେ ପ୍ରାୟ ଦୁଇ ଘଂଟାରୁ ଅଧିକ ସମୟ ଅର୍ଥାତ ବିଳମ୍ବରେ ରାତି ୮ଟା ୪୦ ସମୟରେ ପହଁଚି ଥିଲା ମାଉସୀ ମା ମନ୍ଦିର ପାଖରେ । ଆଜି ଅପରାହ୍ନ ୫ଟା ସମୟରେ ରଥ ଟଣା ଯିବା ପରମ୍ପରା ରହିଥିବା ବେଳେ ପା୍ରୟ ସାଢେ ୪ ଠାରୁ ୫ଟା ୪୫ ପର୍ଯ୍ୟନ୍ତ ଅଦିନିଆ ପ୍ରବଳ ବର୍ଷା ସାଙ୍ଗକୁ ପବନ ହୋଇଥିଲା ।ସେହି ସମୟରେ ଲେଣ୍ଡୁ ପଂଚାୟତ ଆରେଡି ଗ୍ରାମରୁ ଏହି ଯାତ୍ରରେ ସାମିଲ ହେବା ପାଇଁ ନିମନ୍ତ୍ରୀତ ହୋଇ ଆସିଥିବା ବଡଭାଇ ଶ୍ରୀ ଗ୍ରାମେଶ୍ୱର ଦେବ ,ଭାଉଜ ମା ପାରର୍ବତୀ ଦେବୀ ସାମାନ୍ୟ ଓଦା ହୋଇ ଚାହାଣି ମଣ୍ଡପରେ ଶ୍ରୀ କପିଳେଶ୍ୱର ଦେବଙ୍କ ପାଖରେ ବିଜେ ହୋଇଥିଲେ । ଏବଂ ସେଠାରେ ପୂଜା ଅର୍ଚ୍ଚନା ପରେ ଠାକୂର ମାନେ ରଥାରୁଢ ହେବା କଥା କିନ୍ତୁ ସେହି ସମୟରେ ଏତେ ଯୋର ରେ ବର୍ଷା ଓ ପବନ ହେଲା ଯେ ଆସିଥିବା ହଜାର ହଜାର ଭକ୍ତମାନେ କିଏ କୁଆଡେ ଛତ୍ର ଭଙ୍ଗ ଦେଇଥିଲେ ଏବଂ ଜୀଉ ମାନେ ମଧ୍ୟ ସାମାନ୍ୟ ଓଦା ହୋଇଥିଲେ । ବର୍ଷା ଛାଡିବା ପରେ ଶ୍ରୀ ଜୀଉ ମାନେ ଚାହାଁଣି ମଣ୍ଡପରୁ ପହଣ୍ଡିରେ ଆସି ରଥ ରୁଢ ହୋଇଥିଲେ । ଏହା ପରେ ରଥ ଟଣା ଆରମ୍ଭ ହୋଇଥିଲା । ଏହି ରଥକୁ ପ୍ରଥମେ ଖୋର୍ଦ୍ଧା ଉପଜିଲାପାଳ ଦିପ୍ତି ରଂଜନ ସେଠୀ,ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ,ସ୍ଥାନୀୟ ଥାନା ଅଧିକାରିଣୀ ଗୀତାଜଂଳୀ ନାୟକ ପ୍ରମୁଖ ଭିଡିବା ପରେ ଉପସ୍ଥିତ ଭକ୍ତ ମାନେରଥକୁ ଭିଡିଥିଲେ । ତେବେ ବିଲରେ କାଦୁଅ ଯୋଗୁଁ ରଥ ଟାଣିବାରେ ଘୋର ଅସୁବିଧା ହୋଇଥିଲା । ଏବଂ ଅନେକ ଭକ୍ତ ରଥ ଟାଣି ବା ପାଇଁ ଇଛା ଥିଲେ ମଧ୍ୟ ଅନ୍ଧାର ବିଲ ଗହିରରେ ପ୍ରବଳ କାଦୁଅ ଯୋଗୁ ଫେରି ଯାଇଥିଲେ । ଓଡ଼ିଶା ସମାଚାର