ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି
ଭୁବନେଶ୍ୱର, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଆସନ୍ତା ମେଁ ୧୦ ତାରିଖରେ ଝାରସୁଗୁଡା ଉପ-ନିର୍ବାଚନ ହେବ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେଁ ୧୦ରେ ଭୋଟ ଗ୍ରହଣ ଓ ମେଁ ୧୩ ତାରିଖରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ। ଏପ୍ରିଲ୍ ୧୩ ତାରିଖରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଏପ୍ରିଲ୍ ୨୦ ତାରିଖ। ସେହିପରି, ଏପ୍ରିଲ୍ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଏପ୍ରିଲ୍ ୨୪ ତାରିଖ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ। ଆଜି ଠାରୁ ଆଦର୍ଶ ଆଚରଣ ବିଦ୍ଧି ମଧ୍ୟ ଲାଗୁ ହୋଇଛି । ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଟି ଖାଲି ପଡ଼ିଛି । ଏହି ଆସନରେ ଉପନିର୍ବାଚନ ପାଇଁ ଆୟୋଗଙ୍କ ପକ୍ଷରୁ ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।