Friday , June 9 2023
Home / ବିଶେଷ / ଜଗନ୍ନାଥପୁର-ପାରାଚକରେ ମା ବାସନ୍ତୀକ ଦୁର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ

ଜଗନ୍ନାଥପୁର-ପାରାଚକରେ ମା ବାସନ୍ତୀକ ଦୁର୍ଗାଦେବୀଙ୍କ ପୂଜା ଉତ୍ସବ ଅନୁଷ୍ଠିତ

କେନ୍ଦ୍ରାପଡ଼ା, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର-ପାରାଚକ ଗ୍ରାମରେ ମା’ ବାସନ୍ତୀକ ଦୁର୍ଗାଦେବୀଙ୍କ ୭୦ତମ ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ରବିବାର ବିଲ୍ୱବରଣ, ସୋମବାର ଅଷ୍ଟୋତର ଶତ କଳସ ଯାତ୍ରା ଓ ଜଳାଭିଷେକ ଓ ନବପତ୍ରିକା ପ୍ରବେଶ କରାଯାଇଥିବା ବେଳେ ମଙ୍ଗଳବାର ମହାଷ୍ଟମୀ ପୂଜା ଓ ଚଣ୍ଡୀପାଠ ସହିତ ମଧ୍ୟରାତ୍ରରେ ସନ୍ଧି ପୂଜା ଅନୁଷ୍ଠିତ ହୋଇଥିଲା । ଆଜି ମହାନବମୀ ପୂଜା, ଚଣ୍ଡୀପାଠ, ୧୦୮ ଦୀପଦାନ, କୁମାରୀ ପୂଜା ଓ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଶୁକ୍ରବାର ମହାଦଶମୀ ପୂଜା, ଅପରାଜିତା ପୂଜା, ସମୂହ ପୁଷ୍ପାଞ୍ଜଳି ସହ ବନ୍ଦାପନା, ଅଳତା ଓ ସିନ୍ଦୁରଲାଗି କରାଯାଇ ଘଟ ବିସର୍ଜନ କରାଯିବ । ଏଥି ସହିତ ଶନିବାର ଅପରାହ୍ନରେ ମା ବାସନ୍ତୀକ ଦୂର୍ଗାଦେବୀଙ୍କ ବିସର୍ଜନ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏଥି ସହିତ ସୋମବାର ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ମଙ୍ଗଳବାର କେଶବ ଦାସ ଦ୍ୱିତୀକୃଷ୍ଣଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published.