Friday , June 9 2023
Home / ବିଶେଷ / ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ତ୍ରୟମାସିକ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

ଜଗତସିଂହପୁର,୨୯/୦୩/୨୦୨୩ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏପ୍ରିଲ-୨୦୨୩ ଠାରୁ ଜୁନ-୨୦୨୩ ମାସ ପର୍ଯ୍ୟନ୍ତ ଜିଲାର ବିଭିନ୍ନ ବ୍ଲକ୍ କାର୍ଯ୍ୟାଳୟ ଓ ଜିଲା କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଏପ୍ରିଲ ମାସ ୧୦ ତାରିଖ ଠାରୁ ଜୁନ୍ ମାସ ୧୨ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏପ୍ରିଲ ମାସ ୩ ତାରିଖ ଦିନ ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ,ଏପ୍ରିଲ ୧୦ ତାରିଖ ଦିନ ତିର୍ତୋଲ ବ୍ଲକ୍ କାର୍ଯ୍ୟାଳୟ, ଏପ୍ରିଲ୧୭ ତାରିଖ ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଏପ୍ରିଲ ୨୪ ତାରିଖ ଦିନ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ମେଁ ମାସ ୧ ତାରିଖ ଦିନ ବିରିଡି ବ୍ଲକ୍ କାର୍ଯ୍ୟାଳୟ, ମେ ୮ ତାରିଖ ଦିନ ନାଉଗାଁ ବ୍ଲକ୍ କାର୍ଯ୍ୟାଳୟ, ମେଁ ୧୫ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ, ମେଁ ୨୨ ତାରିଖ ଦିନ ବାଲିକୁଦା ବ୍ଲକ୍ କାର୍ଯ୍ୟାଳୟ ଓ ମେଁ ମାସ ୨୯ ତାରିଖ ଦିନ ଏରସମା ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ସେହିପରି ଜୁନ ମାସ ୫ ତାରିଖ ଦିନ ରଘୁନାଥପୁର ବ୍ଲକ୍ କାର୍ଯ୍ୟାଳୟ, ଜୁନ ୧୨ତାରିଖ ଦିନ ତିର୍ତୋଲ ବ୍ଲକ୍ କାର୍ଯ୍ୟାଳୟ, ଜୁନ ୧୯ ତାରିଖ ଦିନ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ଜୁନ ୨୬ ତାରିଖ ଦିନ କୁଜଙ୍ଗ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହିସବୁ ଶିବିରରେ ଜିଲାପାଳ, ଆରକ୍ଷୀ ଅଧିକ୍ଷକ,ଅତିରିକ୍ତ ଜିଲାପାଳ,ମୁଖ୍ୟ ବିକାଶ-ତଥା-ନିର୍ବାହୀ ଅଧିକାରୀ,ଜିଲା ପରିଷଦ, ଉପ-ଜିଲାପାଳ,ଜିଲାସ୍ତରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିବେ । ଜିଲାର ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଅଛି ।

Leave a Reply

Your email address will not be published.