କେନ୍ଦ୍ରାପଡ଼ା, ୨୯/୦୩/୨୦୨୩ (ଓଡ଼ିଶା ସମାଚାର)-ସ୍ୱେଛାସେବୀ ଅନୁଷ୍ଠାନ ‘ରାଇଡ’ ଏବଂ ନାବାର୍ଡର ସହଯୋଗରେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମେହେନ୍ଦିନଗର ଗ୍ରାମପଂଚାୟତରେ ଏକ ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ‘ରାଇଡ’ର ସମ୍ପାଦକ କିଶୋର କୁମାର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ପଶୁ ସମ୍ପଦ ଅଧିକାରୀ ଡା. ଦିପ୍ତି ମହାପାତ୍ର, ମୁଖ୍ୟବକ୍ତା ଭାବେ ନାବାର୍ଡର ଜିଲା ଉନ୍ନୟନ ଅଧିକାରୀ ଅଶୋକ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପଶୁ ସମ୍ପଦ ଅଧିକାରୀ ଡା. ମନୋଜ କୁମାର ପଟ୍ଟନାୟକ, ମାର୍ଶାଘାଇ ସହକାରୀ ପଶୁ ସମ୍ପଦ ଅଧିକାରୀ ଡା. ଗୌତମ କାମିଲା, ଏସବିଆଇ ବନ୍ଧକଟାର ଶାଖା ପରିଚାଳକ ମନୋଜରଞ୍ଜନ ମାହାଳି ପ୍ରମୁଖ ଯୋଗଦେଇ ୧୨୦ରୁ ଉଦ୍ଧ୍ୱର୍ ମହିଳା ଗୋଚାଷୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅତିଥିମାନେ ମାର୍ଶାଘାଇ ବ୍ଲକର ବହୁ ପଂଚାୟତରୁ ଗୋ ସମ୍ପଦ ନଷ୍ଟ ହୋଇଯାଉଥିବାରୁ ସେସବୁ ସ୍ଥାନରେ କିଭଳି ପୂର୍ବ ଭଳି ଗୋ ସମ୍ପଦର ବିକାଶ ହୋଇ ପାରିବ ସେ ସମ୍ପର୍କରେ ମତବ୍ୟକ୍ତ କରି ବିଭିନ୍ନ ପରାମର୍ଶ ଦେଇଥିଲେ । ରାଇଡ ତା’ର ଏଭଳି ପ୍ରୟାସ ଜାରି ରଖୁ ବୋଲି ଉପଦେଷ୍ଟା ମଣ୍ଡଳୀ ମତ ଦେଇଥିଲେ ।