ସାଲେପୁର,୨୮/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ଅବକାରୀ ବିଭାଗ ପକ୍ଷରୁ ଏକ ୧୦ ଜଣିଆ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଛି । ଭଦ୍ରେଶ୍ୱର ଥାନା ହଳଦିଆ ପଞ୍ଚାୟତ କୋଠିଛକ ରେ ଚଢାଉ କରି ବିପୁଳ ପରିମାଣର ଚୋରା ଦେଶୀ, ବିଦେଶୀ ମଦ ଜବତହୋଇଛି । ଚୋରା ମଦ କାରବାରରେ ସମ୍ପୃକ୍ତ ଜଣେ ମହିଳା ଗିରଫହୋଇଛନ୍ତି ।
ବିଭିନ୍ନ ସ୍ଥାନରେ ଚୋରା ମଦ ବିକ୍ରି ହୋଇଥିବାନେଇ ବାରମ୍ବାର ଅଭିଯୋଗ ପରେ ଆଜି ସକାଳୁ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରହିଛି । ବର୍ତମାନ ସୁଦ୍ଧା ବିପୁଳ ପରିମାଣର ଦେଶୀ ବିଦେଶୀ ମଦ ଜବତ ହୋଇଥିଲା ବେଳେ ଆଗକୁ ଏହି ଚଢ଼ାଉ ଜୋରଦାର ହେବ ସହ ଯଦି କୌଣସି ଜାଗାରେ ଚୋରା ମଦ ସହ ନିଶା ସାମଗ୍ରୀ ବିକ୍ରୟ ହୋଇଥାଏ, ତେବେ ଖବର ଦେଲେ ନିଶ୍ଚିତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସାଲେପୁର ଅବକାରୀ ଅଧିକରୀ ମାନସୀ ନାୟକ ସୂଚନା ଦେଇଛନ୍ତି ।