Monday , June 5 2023
Breaking News
Home / ବିଶେଷ / ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା ପାଇଁ ରଥ ପ୍ରସ୍ତୁତ,ପୁରୀରୁ ଆସି ପହଁଚିଲା ଅଜ୍ଞାମାଳ

ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ରଥ ଯାତ୍ରା ପାଇଁ ରଥ ପ୍ରସ୍ତୁତ,ପୁରୀରୁ ଆସି ପହଁଚିଲା ଅଜ୍ଞାମାଳ

ଶୀ୍ନିରାକାରପୁର, ୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତସ୍ଥିତ ଶ୍ରୀ କପିଳେଶ୍ୱର ଦେବଙ୍କ ଅଶୋକାଷ୍ଟମୀ ବିଜୟା ରଥ ଯାତ୍ରା ପାଇଁ ରଥ ଖଳାରେ ମହାରଣାଙ୍କ ଦ୍ୱାରା ଚାଲିଥିବା ରଥ କାର୍ଯ୍ୟ ଶେଷ ହେବା ସହିତ ରଂଗ ମରା ଶେଷ ହୋଇ ରଥରେ କନା ଲଗାଇବା କାର୍ଯ୍ୟ ଚାଲିଛି ।ତେବେ ରଥକାର୍ଯ୍ୟ ଚୁଡାନ୍ତ ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଯାଇଛି । ଯେହେତୁ ଶ୍ରୀ ଜୀଉଙ୍କ ରଥ ଯାତ୍ରା ପୁରୀ ଶ୍ରୀ ଜଗନ୍ନାଥଙ୍କ ସହିତ ଅନୁବନ୍ଧିତ ତେଣୁ ପରମ୍ପରା ଅନୁଯାୟୀ ର ଜୀଉଙ୍କ ପାଖରୁ ପତନୀ,ଚନ୍ଦନ କୀଳା, ଓ ପାଉଣା (ଆଜ୍ଞାମାଳ)ଆସି ଶ୍ରୀ କପିଳେଶ୍ୱର ଦେବ କାର୍ଯ୍ୟରେ ଲାଗିଲେ ରଥ ପ୍ରତିଷ୍ଠ ହେବା ଲେଣ୍ଡୁ ପଂଚୟତ ଆରେଡି ଗ୍ରାମରେ ଅବସ୍ଥିତ ଥିବା ଶ୍ରୀ କପିଳେଶ୍ୱର ଦେବଙ୍କ ବଡ ଭାଇ ଶ୍ରୀ ଗା୍ରମେଶ୍ୱର ଦେବ ଓ ଭାଉଜ ମା ପାର୍ବତୀ ଠାକୂରାଣି ରଥ ରୁଢ ହୁଅନ୍ତି ଏବଂ ପରେ ରଥ ଟଣା ହୁଏ । ଠାକୁରଙ୍କ ପରମ୍ପରା ଅନୁଯାୟୀ ଟାଙ୍ଗୀ ତହସିଲଦାର ଜନ୍ମେଜୟ ସାହୁ ଓ ପରିଚାଳନା କମିଟିର ସଦସ୍ୟ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟ ମଙ୍ଗଳବାର ଦିନ ପୁରୀ ଯାଇଁ ଠାକୁରଙ୍କ ପାଖରୁ ଆଜ୍ଞାମାଳ ଆଣି  ଶ୍ରୀ କପିଳେଶ୍ୱର ଦେବଙ୍କ ପାଖରେ ପହଁଚିଥିବା ଜଣାପଡିଛି ।ବୁଧବାର ଦିନ ଅପରାହ୍ନ ୩ଟାରେ ଗ୍ରାମେଶ୍ୱର ଦେବ ମା ପାବ୍ରତୀ ପହଣ୍ଡଯାତ୍ର ହେବ ଏବଂ ଅପରାହ୍ନ ୫ଟା ବେଳେ ରଥ ଟଣା ହେବାର କାର୍ଯ୍ୟକ୍ରମ ରହିଛି ବୋଲି ଅନୁଷ୍ଠନର କିଶୋର କୁମାର ଦାଶ, ସାରଙ୍ଗଧର ମହାପାତ୍ର ଓ ଅନ୍ୟ ସଦଶ୍ୟ ମନେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.