ଖୋର୍ଦ୍ଧା,୨୮/୩/୨୩(ଓଡିଶା ସମାଚାର/ ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଦିନ କୁ ଦିନ ବ୍ରାଉନ ସୁଗାର କାରବାର ବଢ଼ିବାରେ ଲାଗିଛି ଏହାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ସହ ଜିଲ୍ଲା ପୋଲିସ ମଧ୍ୟ ଚିନ୍ତା ରେ ରହିବା ସଙ୍ଗେ ବେପାରୀ ଙ୍କ ଉପରେ ତିଖ୍ନ ନଜର ରଖିଛି । ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ବିଶେଷ ସୁତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ଙ୍କ ପରିଚାଳନା ରେ ଟାଙ୍ଗୀ ପୋଲିସ ର ଏକ ଟିମ୍ ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକ ଜୟମଙ୍ଗଳପୁରରେ ଥିବା ମା ବୁଢୀ ବଘେଇ ଠାକୁରାଣୀ ମନ୍ଦିର ରେ ବ୍ରାଉନ ସୁଗାର କାରବାର ହେଉଥିବା ଜାଣି ସିଧାସଳଖ ଚଢ଼ାଉ କରିଥିଲା। ସେଠାରୁ ଦୁଇ ଜଣ ବେପାରୀଙ୍କୁ କାବୁ କରିବା ପରେ ତାଙ୍କ ଠାରୁ ୧୯.୪୦ ଗ୍ରାମ ର ବ୍ରାଉନ ସୁଗାର ଜବତ କରିଥିଲା। ଯାହାର ବଜାର ର ଆନୁମାନିକ ମୁଲ୍ୟ ଏକଲକ୍ଷ ଛୟାଅଶି ହଜାର ବୋଲି ଜଣାପଡିଛି। ବେପାରୀ ଦୁଇ ଜଣ ଙ୍କ ଠାରୁ ମଧ୍ୟ ନଗଦ ୬୧ ହଜାର ୫୫୦ ଟଙ୍କା ଏକ ଭିଭୋ ମୋବାଇଲ ଓ ଗୋଟିଏ ପଲସର ବାଇକ ମଧ୍ଯ ପୋଲିସ ଜବତ କରିଛି। ଅଭିଯୁକ୍ତ ଦୁଇଜଣ ହେଲେ ଟାଙ୍ଗୀ ଥାନା ଦିକ୍ଷିତପଡା ର ଏସକେ ଅସପାକ୍ ଓ ସେହି ଟାଙ୍ଗୀ ଥାନା ମାନସିଂହ ପୁର ଯୋଗମାୟା ସାହିର କୁନା ବେହେରା । ଗତକାଲି ଠାରୁ ବିଧିବଦ୍ଧ ତଦନ୍ତ ପରେ ଉଭୟ ବେପାରୀ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ଟାଙ୍ଗୀ ଆଇଆଇସି ଦିଗ୍ ବଳୟ ବିଶ୍ବାଳ ସୁଚନା ଦେଇଛନ୍ତି ।