ଜଗତପୁର (କଟକ )୨୮/୦୩/୨୦୨୩(ଓଡିଶା ସମାଚାର/ ଅଭୟ ଜେନା )- ଏଥର ନଜର ଆସିବେ ଓଡ଼ିଆ ରେ ଆଇପିଏଲ ଆଙ୍କରିଂ । ପ୍ୟାନେଲ ରେ ରହିବେ ଓଡ଼ିଆ ଗେଷ୍ଟ । ଓଡ଼ିଆ ଭାଷା ରେ ଆଇପିଏଲର ମଜା ଉଠାଇବେ ଦର୍ଶକ। ଆସନ୍ତା ୩୧ ତାରିଖ ରୁ ଆରମ୍ଭ ହେବ ୧୬ ତମ ଆଇପିଏଲ ମହାସମର। ୧୦ ଟି ଟିମ ହେବେ ମୁହାଁମୁହିଁ । ପ୍ରଥମ ମ୍ୟାଚ ରେ ଗୁଜୁରାଟ କୁ ଭେଟିବ ଚେନାଇ ସୁପରକିଙ୍ଗ।
ପ୍ରଥମ ଥର ପାଇଁ ଓଡ଼ିଆ ରେ ପ୍ରସାରିତ ହେବ ବିଶ୍ୱର ବିତ୍ତଶାଳୀ ଲିଗ ଆଇପିଏଲ। ଜିଓ ସିନେମା ରେ ଓଡ଼ିଆ ରେ ପ୍ରସାରିତ ହେବ ସମସ୍ତ ମ୍ୟାଚ । ଯାହା ସମ୍ପୂର୍ଣ୍ଣ ଓଡ଼ିଆ ଭାଷା ରେ ରହିବ। ତେବେ ଏହି ଓଡ଼ିଆ ଡିବେଟ ପ୍ୟାନେଲ ରେ ଆଙ୍କର ଭାବରେ ନଜର ଆସିବେ କଟକର ଝିଅ ଲୋରିଆ ମହାନ୍ତି । ଦୀର୍ଘ ୧୨ ବର୍ଷ ଧରି ସେ ଆଙ୍କର ଭାବରେ କାର୍ୟ୍ୟ କରି ଆସୁଛନ୍ତି ।