କଟକ ସଦର, ୨୮/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ସଡ଼କ ସୁରକ୍ଷା ସହିତ ନାବାଳକ ସ୍କୁଲ କଲେଜ ପିଲାଙ୍କ ସୁରକ୍ଷାକୁ ପରିବହନ ବିଭାଗ ଗୁରୁତ୍ୱ ଦେଇ ଏଥିରୁ ନିବୃତ ରହିବାକୁ ସଚେତନ କରାଇଥିବା ବେଳେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବିଭାଗ ପକ୍ଷରୁ ଆଜି ମଙ୍ଗଳବାର ଦିନ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରାଯାଇଛି।ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଏହି ଧରପଗଡ ଅଭିଯାନ ଆରମ୍ଭ ହୋଇଥିବା ଜଣାପଡିଛି। ଏଥିରେ କଟକ ଷ୍ଟୁଆର୍ଟ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଜଣ ନାବାଳକ ଛାତ୍ର ପରୀକ୍ଷା ପାଇଁ ଯିବା ସମୟରେ ଚଣ୍ଡିଛକ ଠାରେ ଧରାପଡ଼ିଥିବା ଜଣାଯାଇଛି।ସେମାନଙ୍କ ବାଇକ୍ ଦୁଇଟିକୁ ଜବତ କରାଯିବା ସହିତ ଉଭୟ ଗାଡ଼ି ମାଲିକଙ୍କୁ ଡକାଇ ଥାନାରେ ଅଟକ ରଖାଯାଇଛି। ଏଥିସହିତ ଉଭୟଙ୍କ ଉପରେ ୨୫ ହଜାର ଲେଖାଏଁ ୫୦ ହଜାର ଜୋରିମାନା କରାଯାଇଛି। ପରୀକ୍ଷା ଥିବାରୁ ଦୁଇ ନାବାଳକ ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ଛଡ଼ା ଯାଇଛି। ଏଭଳି ଅଭିଯାନକୁ ସାଧାରଣରେ ସ୍ୱାଗତ କରାଯାଇଥିଲା ବେଳେ ପରୀକ୍ଷା ସମୟରେ ଏଭଳି କାର୍ଯ୍ୟକୁ କେତେକ ନାପସନ୍ଦ କରୁଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଯେଉଁ ଗାଡ଼ିର ଇଞ୍ଜିନର କ୍ଷମତା ୨୫୦ ୱ।ଟରୁ କମ୍ ହୋଇଥିବା ଏବଂ ଗାଡ଼ିର ବ୍ୟାଟେରୀ ଚାର୍ଜ ସର୍ବାଧିକ ୩୦ ମିନିଟ ପର୍ଯ୍ୟନ୍ତ ରହୁଥିବା ସେହି ସବୁ ଗାଡ଼ିର ପଞ୍ଜିକରଣର ଆବଶ୍ୟକତା ନାହିଁ।ହେଲେ ଯେଉଁ ନାବାଳକ ମାନେ ଚଲାଇଵେ ସେମାନଙ୍କର ଲାଇସେନ୍ସ ରହିବା ବାଧ୍ୟତାମୂଳକ ବୋଲି ମାର୍ଗଦର୍ଶିକା ରହିଛି।