Monday , June 5 2023
Breaking News
Home / ବିଶେଷ / ଦାଦନ ଶ୍ରମିକ ର ମୃତଦେହ ରଖି  ପାରିବାର ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ

ଦାଦନ ଶ୍ରମିକ ର ମୃତଦେହ ରଖି  ପାରିବାର ଲୋକ ଙ୍କ ଜାତୀୟ ରାଜପଥ ଅବରୋଧ

କଳାହାଣ୍ଡି,୨୮/୦୩/୨୦୨୩ (ଓଡ଼ିଶା ସମାଚାର / ସଂଜୟ ସିଂହ)-  ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ଠାରେ  ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ର ୩ ଦିନପରେ ଆମ୍ବୁଲାନ୍ସ ରେ  ଆଜି ଶବ ଗାଁ କୁ ପହଞ୍ଚିବା ପରେ ଅଞ୍ଚଳ ରେ ଶୋକ ଖେଳି ଯାଇଥିଲା । ଗ୍ରାମବାସୀ ଏବଂ ପରିବାର ଲୋକେ  ନ୍ୟାୟ ପାଇବା ଦାବି କରି ଆଜି ଜାତୀୟ ରାଜପଥ ୨୬ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହାଜନଗୁଡା ନିକଟରେ  ଅବରୋଧ କରିଛନ୍ତି। ପରିବାର ଓ ଗ୍ରାମବାସୀ ଙ୍କ ସୁଚନା ମତେ ଆଜିକୁ ୩ ମାସ ତଳେ ମହାଜନଗୁଡା ଗ୍ରାମର ର ଲୁଦ୍ର ପ୍ରସାଦ ବେଶ୍ରା ଙ୍କ ପୁଅ ମହେନ୍ଦ୍ର ବେଶ୍ରା ବୟସ -୨୦ ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ର କାଦୁବାଟି ପାଦିୟମ ଜଗନ୍ନାଥ ଟେକ୍ସଟାଇଲ ରେ ଶ୍ରମିକ ଭାବେ କାମ କରୁ ଥିଲେ ।  ଗତ ଶନିବାର ଦିନ ତାଙ୍କର ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା। ଠିକାସଂସ୍ଥା ପକ୍ଷରୁ ମୃତ ଯୁବକ ଙ୍କ ଶବ କୁ ଆମ୍ବୁଲାନ୍ସ ରେ ଗାଁ କୁ ପଠାଇଥିବା ବେଳେ ଶବ ଆସିବା ପରେ କ୍ଷତିପୂରଣ ଓ ନ୍ୟାୟ ଦାବିରେ ପରିବାର ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି।ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।  ଘଟଣାସ୍ଥଳରେ  କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ , କୋକସରା ବ୍ଲକ ତହସିଲଦାର ଓ କାଉଡୋଳା ସରପଞ୍ଚ ଦେବୀ ସିଂ ତାଣ୍ଡି ଆମପାଣି ଓ କୋକସରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.