Monday , June 5 2023
Breaking News
Home / ବିଶେଷ / ଜୁନାଗଡ଼ଠାରେ ଅବକାରୀ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଜୁନାଗଡ଼ଠାରେ ଅବକାରୀ ବିଭାଗ ତରଫରୁ ଏକ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଦୁଇ ଗିରଫ

ଜୁନାଗଡ଼,୨୮/୦୩/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ): ଆଜି ଜୁନାଗଡ଼ ଅବକାରୀ ବିଭାଗ ତରଫରୁ ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ନେତୃତ୍ୱରେ ଜୁନାଗଡ଼ ଜାତୀୟ ରାଜପଥଠାରେ ମୋଟର ସାଇକେଲକୁ ଅଟକାଇବା ସହ ଏହାର ତନଖି କରାଯାଇଥିଲା ।ଏହି ହିରୋହୋଣ୍ଡା ସିଡି ଡୀଲକ୍ସ ମୋଟର ସାଇକେଲରୁ ୧୫ କେଜି ଗଞ୍ଜେଇ ଜବତ ହୋଇଥିଲା , ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି l ଘଟଣାସ୍ଥଳରୁ ଉକ୍ତ ମୋଟରସାଇକେଲକୁ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ NDPS ଆକ୍ଟ ଅନୁଯାଇ ଗିରଫ କରାଯାଇ ଧର୍ମଗଡ଼ କୋର୍ଟକୁ ଚାଲାଣ କରାଯାଇଛି  । ଅଭିଯୁକ୍ତ ଦ୍ବୟ ହେଲେ ଜୁନାଗଡ଼ ସମିଆ ବନ୍ଧ ପଡାର ବେଣୁ ଲହଜଳ (40) ଓ ଜୟପାଟଣା ଥାନା ଅନ୍ତର୍ଗତ ବାଣ୍ଡି ଗାଁର ସୁମନ୍ତ ଗୌଡ଼  । ଏହି ଅବକାରୀ ଚଢ଼ାଉରେ ଜୁନାଗଡ଼ ଅବକାରୀ ବିଭାଗର ସବ ଇନିସପେକ୍ଟର ଲକ୍ଷ୍ମୀପ୍ରିୟା ମଲ୍ଲିକ, କନେଷ୍ଟବଳ ଅସିତ ଖମାରି, କିଶନ ଗୌଡ଼, କର୍ଣ୍ଣ ବାଗ, ରାଜକୁମାରୀ ଶବର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.