Monday , June 5 2023
Breaking News
Home / ଶିକ୍ଷା / ଚିକିଣିଆ ସ୍କୁଲ ରେ ଆୟୁଷ କାର୍ଯ୍ୟକ୍ରମ

ଚିକିଣିଆ ସ୍କୁଲ ରେ ଆୟୁଷ କାର୍ଯ୍ୟକ୍ରମ

ରଘୁନାଥପୁର ,୨୮/୦୩/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଚିକିଣିଆ ସ୍କୁଲ ପରିସରରେ ରାଜ୍ୟ ଆୟୁଷ ସୋସାଇଟି , ଜାତୀୟ ଆୟୁଷ ମିଶନ ଆନୁକୂଲ୍ୟରେ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼ାକ୍ତର ରଙ୍ଗନାଥ କର, ସମ୍ମାନୀତ ଅତିଥି ଭାବେ ଡ଼ାକ୍ତର ରାଧାକାନ୍ତ ସାହୁ, ଡ଼ାକ୍ତର ବିଷ୍ଣୁପ୍ରିୟା ଲେଙ୍କା, ଡ଼ାକ୍ତର ସୁଚିତ୍ରା ସାହୁ, ଓ ହେମଲତା ଉଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟରାଜ ଲକ୍ଷ୍ମୀ ଯୋଗଦେଇ କୈଶୋର ଅବସ୍ଥାରେ ପିଲାମାନଙ୍କ ଶରୀର ଗଠନ ଉପରେ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚିତ୍ରସେନ ସାହୁ, ଅମିୟ ଭେୟା , ଶୁକଦେବ ଜେନା, ବିମଳ କୁମାର ସାହୁ, ସୌଭାଗିନୀ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.