ଖୋର୍ଦ୍ଧା,୨୮/୩/୨୩(ଓଡ଼ିଶାସମାଚାର/ଦୀପକପ୍ରଧାନ)- ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ସପ୍ତମ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାଳରାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଦର୍ଶନ ଲାଗି ଆଜି ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ବିଶ୍ବର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା ସକାଳୁ ମା ମାନଙ୍କର ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଆବାହିତ ଦେବା ଦେବୀଙ୍କ ପୂଜନ ଓ ଆହୁତି ପ୍ରଦାନ କରାଯାଇଛି। ମାଙ୍କୁ ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ, ସନ୍ଧ୍ୟା ବାଳଭୋଗ, ଆଳତି ପୁଷ୍ପାଞ୍ଜଳି, ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ଆଜି ବହୁ ଭକ୍ତଗଣ ଉପସ୍ଥିତ ରହି ମା’ ଙ୍କ କୃପା ଲାଭ କରିଥିଲେ।