ଲକ୍ଷ୍ମୀପୁର. ୨୮/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ତିନଟି ପଞ୍ଚାୟତ ଠାରେ ଏକ ସଙ୍ଗରେ ଯାଦବ ମହାସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ଗିଗୁଡା ପଞ୍ଚାୟତ ବଡ଼ଦୁବୁଲି ଠାରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସାଥୀରାମ ନାୟକଙ୍କ ପୌରୋହିତରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ରୂପେ ରାଜ୍ୟ ଉପସଭାପତି ମଦନ ମୋହନ ନାୟକ, ମୁଖ୍ୟ ବକ୍ତାଭାବେ ଅବିଭକ୍ତ ଜିଲ୍ଲା ସଂଯୋଜକ ମନୋଜ ମହାଙ୍କୁଡ଼, ସମ୍ମାନିତ ଅତିଥି ରୂପେ ନବରଙ୍ଗପୁର ଉପସଭାପତି ହରି ଗୌଡ଼, ଦୁର୍ଲ୍ଲଭ ଗୌଡ଼, ପ୍ରମୋଦ ନାୟକ, ସୀମାଞ୍ଚଳ ମହାଙ୍କୁଡ଼, ଜଳନ୍ଧର ଗୌଡ଼, ଫଗୁଲାଲ ଗୌଡ଼, ଦୁର୍ଯୋଧନ ଗୌଡ଼, ନରେନ୍ଦ୍ର ନାୟକ
ପ୍ରମୁଖ ଯୋଗଦେଇ ବୈଠକ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।ଜିଲ୍ଲା ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ସଭା ସଂଯୋଜନା କରିଥିବା ବେଳେ ଆସନ୍ତା ଏପ୍ରିଲ ୧୬ ତାରିଖରେ ଜୟପୁର ଠାରେ ହେବାକୁ ରହିଥିବା “ଗୌଡ଼ ଅଧିକାର ସମାବେଶ” ସଫଳ କରିବାକୁ ସଂକଳ୍ପ ପାରିତ ହୋଇଥିଲା । ପୂର୍ବତନ ସରପଞ୍ଚ ଜଗନ୍ନାଥ ଗୌଡ଼ଙ୍କ ଆହ୍ୱାନ କ୍ରମେ ଆୟୋଜିତ ଏହି ବୈଠକରେ ରବିଚନ୍ଦ୍ର, ବାଲି, ମୁକୁନ୍ଦ, ସୀମାଞ୍ଚଳ, ସବ୍ୟସାଚୀ, ପ୍ରମୋଦ, କିଶୋର ଗୌଡ଼, ଘାସି ନାୟକ, ରାମ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ସେହିପରି ଡେଙ୍ଗପଦର ପଂଚାୟତ କେରକେଣ୍ଡା ଠାରେ ବୁଦୁ ଗୌଡ଼ଙ୍କ ଆହ୍ୱାନ କ୍ରମେ ଆୟୋଜିତ ବୈଠକରେ ଚୈତନ୍ୟ ଗୌଡ଼, ଦିବାକର ବେହେରା ପ୍ରମୁଖ ମୁଖ୍ୟ ଭୂମିକା ନେଇଥିବା ବେଳେ ଆଜି ଅନୁଷ୍ଠିତ ଆଉଁଳି ପଂଚାୟତ ବଙ୍ଗଳଗୁଡା ବୈଠକରେ କିଶୋର ଚନ୍ଦ୍ର ନାୟକ, ଗୋବର୍ଦ୍ଧନ ଗୌଡ଼, ପଦ୍ମନ, ଦିନବନ୍ଧୁ, ମାଝୀ, ଲକ୍ଷ୍ମଣ, ରବି, ସଦାଶିବ, ସୁରେନ୍ଦ୍ର ଏବଂ ମନ ଗୌଡ଼ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ ।