ସାଲେପୁର,୨୭/୦୩/୨୦୨୩(ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପୁରାତନଛାତ୍ର ଛାତ୍ରୀ ଙ୍କ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପିକା ଡ଼. ସୁଷମାରାଣୀ କର ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମାବେଶ ରେ ଅବସର ପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଡ଼. ପ୍ରଭାତ କିଶୋର ନାୟକ,ଶିକ୍ଷା ବିଭାଗ ମୁଖ୍ୟ ଅଧ୍ୟାପକ ଡ଼. ପ୍ରସନ୍ନ କୁମାର ମହାପାତ୍ର, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ତୁଷାର ମହାନ୍ତି,ପଲ୍ଲୀସାହି ମହିଳା ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପିକା ପୁଷ୍ପାଞ୍ଜଳି ଶତପଥୀ, ନେମାଳ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ଼. ଚିତ୍ତରଞ୍ଜନ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ବିଭାଗର ଉନ୍ନତି ନିମନ୍ତେ ପୁରାତନ ଛାତ୍ର ଛାତ୍ରୀ ମାନେ ଉତ୍ସର୍ଗୀକୃତଭାବେ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ ।
ଏଥିରେ ଓଡ଼ିଆ ବିଭାଗ ର ପୁରାତନ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଭାଗ ର ଅଗ୍ରଗତି ଓ ବିକାଶ ପରିପ୍ରେକ୍ଷୀରେ ସୁଚିନ୍ତିତ ମତାମତ ମାନ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ହୃଷିକେଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।