Monday , June 5 2023
Breaking News
Home / ବିଶେଷ / ଶିଶୁ ବିକାଶ ଯୋଜନା ଦ୍ଵାରା ଟୋୟାଥୋନ୍ କାର୍ୟ୍ୟକ୍ରମ ଅନୁଷ୍ଠିତ

ଶିଶୁ ବିକାଶ ଯୋଜନା ଦ୍ଵାରା ଟୋୟାଥୋନ୍ କାର୍ୟ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର. ୨୭/୦୩/୨୦୨୩ (ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ୟ୍ୟାଳୟ ପରିସର ମଧ୍ୟରେ ଥିବା ସ୍ଵୟଂ ସହାୟକ ତାଲିମ ଗୃହ ଠାରେ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ପାର୍ବତୀ ଆଚାର୍ୟ୍ୟଙ୍କ ଅଧ୍ୟକ୍ଷତାରେ  ଟୋୟାଥନ୍ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ଛୋଟ ଛୋଟ ପିଲା ମାନଙ୍କ ପାଇଁ ବିଭିନ୍ନ ପ୍ରକାରର କଣ୍ଢେଇ ଓ ଖେଳନାର ପ୍ରକଳ୍ପ ସ୍ତରିୟ ପ୍ରଦର୍ଶନୀ କରାଯାଇଥିଲା।ବ୍ଲକରେ ଥିବା ସାତଟି ସେକ୍ଟରର ଅଙ୍ଗନାବାଡି କର୍ମି ଯୋଗ ଦେଇ ବିଭିନ୍ନ ପ୍ରକାରର ମନମୁଗ୍ଧକର ରଙ୍ଗ ବେରଙ୍ଗର ତଥା ବିଷୟ ବସ୍ତୁ ଭିତ୍ତିକ ପିଲା ମାନଙ୍କ ସାମାଜିକ ମାନସିକ ବୌଧିକ ଶାରିରୀକ ବିକାଶ ନିମନ୍ତେ ଏକ ରୁ ଛଅ ବର୍ଷର ପିଲା ମାନଙ୍କ ନିମନ୍ତେ ବିଭିନ୍ନ ବର୍ଗର ଖେଳଣା ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା।ଏଇ ସବୁ ବିପଦ ବିହିନ ଖେଳଣା ଗୁଡିକ କର୍ମି ମାନେ ନିଜ ହାତରେ ତିଆରି କରିଥିବା ଜଣା ପଡିଛି।ଏହି ପ୍ରଦର୍ଶନିକୁ କୋରାପୁଟ ଜିଲ୍ଲାପାଳ ମହମଦ୍ ଅବ୍ଦୁର୍ ଅଖତର ଉଦଘାଟନ କରିଥିଲା ବେଳେ ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜି ଇସଲଓ୍ଵାର୍,ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ ବିଦ୍ୟୁତ୍ ଲତା ପାତ୍ର,ବିଡିଓ ପ୍ରୀତିରଞ୍ଜନ ରଥ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦିପ୍ ଉପସ୍ଥିତ ଥିଲେ।ଏଥିସହ ପୋଷଣ ପକଓ୍ଵାଡା କାର୍ୟ୍ୟକ୍ରମ ମାଧ୍ୟମରେ ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରଦର୍ଶିତ କରାଯିବା ସହ ଜିଲ୍ଲା ଅଧିକାରୀ ଓ ଉପସ୍ଥିତ ଜନ ସାଧାରଣଙ୍କୁ ପରିବେଷଣ ମଧ୍ୟ କରାଯାଇଥିଲା।ଅଧିକାରୀ ମାନେ ଉକ୍ତ ଖାଦ୍ୟ ଖାଇ ଖୁସି ବ୍ୟକ୍ତ କରିଥିବା ଦେଖିବାକୁ ମିଳିଥିଲା।ଏହାକୁ ସ୍ଵୟଂ ସହାୟକ ଗୋଷ୍ଠିର ମହିଳା ଓ ଅଙ୍ଗନ ବାଡି କର୍ମିଙ୍କ ଦ୍ଵାରା ପ୍ରସ୍ତୁତ କରାଜାଇଥିଲା। ସିଡିପିଓ ପାର୍ବତୀ ଆଚାର୍ୟ୍ୟ ଏହାକୁ ପରିଚାଳନା କରିଥିଲା ବେଳେ ସମସ୍ତ ସୁପର ଭାଇଜର୍ ମାନେ ସହଯୋଗ କରିଥିଲେ।

Leave a Reply

Your email address will not be published.