ଲକ୍ଷ୍ମୀପୁର ୨୭।୦୩।୨୩(ଓଡିଶା ସମାଚାର/ପ୍ରମୋଦ କୁମାର ଜେନା)- ଲକ୍ଷ୍ମୀପୁର ପଞ୍ଚାୟତ ସମିତି କାର୍ୟ୍ୟାଳୟ ପରିସରରେ ବିଡିଓ ପ୍ରିତି ରଞ୍ଜନ ରଥଙ୍କ ପରିଚାଳନାରେ ଆଜି ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଏହି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ କୋରାପୁଟ ଜିଲ୍ଲାପାଳ ମହମଦ୍ ଅବଦୁଲ୍ ଅଖତର ଙ୍କ ସମେତ ପ୍ରକଳ୍ପ ନିର୍ଦ୍ଧେଶକ ଗୌରବ ଶିବାଜି ଇସଲଓ୍ଵାର୍ ,ଉପ ଜିଲ୍ଲାପାଳ ବେଣୁଧର ଶବର, ଆଡିସନାଲ୍ ଏସପି ଉତ୍କଳ କେଶରି ଦାସ୍, ତହସିଲଦାର୍ ତପନ କୁମାର ନାୟକ୍, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଅରୁଣ ପାଢି ,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧକ୍ଷା ଆରତୀ କୁଲଦିପ୍ ପ୍ରମୁଖ ଉପସ୍ଥିତ ରହି ୬୯ଟି ଅଭିଯୋଗର ଶୁଣାଣି କରିଥିଲେ। କାକିରିଗୁମା ଅଞ୍ଚଳରେ ବିଭିନ୍ନ ପ୍ରକାର ଉନୟନ ମୁଳକ କାର୍ୟ୍ୟ ଓ ରେଲଓ୍ଵେ ଷ୍ଟେସନ ପାଖରେ ଥିବା ଡ୍ରମ୍ପିଙ୍ଗ୍ ସାଇଟ ପାଇଁ ବାଇପାସ ରାସ୍ତା ନିର୍ମାଣକୁ ନେଇ ସରପଞ୍ଚ ପୃଷ୍ଟ ସାଉନ୍ତା ଅଭିଯୋଗ କରିଥିଲେ। ସେହିପରି ନିଲାବାଡି ଯାତ୍ରାରେ ଲକ୍ଷ୍ମୀପୁରର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣରେ ଅଭିଯୋଗ ପରେ ମଧ୍ୟ ବନ୍ଧୁଗାଁ ପୋଲିସ କାହାରିକୁ ଗିରଫ କରିନଥିବା ବାବୁଲା ମହାରଣା ଅଭିଯୋଗ କରିଥିଲେ। ଏଥିସହ ପି.ସନ୍ତୋଷ କୁମାର ନିଜର ଜଣେ ବାପ ମା ଛେଉଣ୍ଡ ନାବାଳିକା ଭାଣିଜି ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଭୋଗୁଥିବା ଅଭିଯୋଗ କରିଥିଲା ବେଳେ ଲକ୍ଷ୍ମୀପୁର ତହସିଲ ତରଫରୁ ଓଏମସିକୁ ଦିଆଯାଉଥିବା ୫ଏକର ଯାଗାକୁ ସ୍ଥାନୀୟ ଗ୍ରାମଦେବତୀ ମୋତ୍ୟାଲୁ ମାଙ୍କ ମନ୍ଦିରକୁ ପ୍ରଦାନ କରାଯାଉ ବୋଲି ବଣିକ ସଂଘ ସଭାପତି ମନୋଜ ସାହୁ ଲିଖିତ ଜଣାଇଥିଲେ।ଏଥିରେ ସର୍ବ ମୋଟ ୬୯ଟି ଅଭିଯୋଗ ହୋଇଥିବା ବେଳେ ସେଥିରେ ୨୪ଟି ଗୋଷ୍ଠି ଗତ ଓ ୪୫ଟି ବ୍ୟକ୍ତି ଗତ ଅଭିଯୋଗ ରହିଛଇ।ଅପର ପଟେ ପ୍ରତ୍ୟେକ ଜନ ଶୁଣାଣିରେ ମାଳ ମାଳ ଅଭିଯୋଗ ହେଉଛି ହେଲେ ସେଗୁଡିକ କେତେ କାର୍ୟ୍ୟକାରୀ ହେଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଥିଲା।ଲକ୍ଷ୍ମୀପୁର ବ୍ଲକରେ ଥିବା ସମସ୍ତ କାର୍ୟ୍ୟାଳୟର ଅଧିକାରୀ ମାନେ ଏଥିରେ ଉପସ୍ଥିତ ଥିଲେ। ବ୍ଲକ କାର୍ୟ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ପ୍ରଥମ କରି ଏକ ସ୍ଵତନ୍ତ୍ର ୟୁନିଫର୍ମରେ ସମୁହଙ୍କୁ ଥିବା ଦେଖିବାକୁ ମିଳିଥିଲା।ଶାନ୍ତି ଶୃଙ୍ଖଳା ପାଇଁ ଥାନା ଅଧିକାରୀ ଶ୍ଵେତ ପଦ୍ମା ସେଠ୍,ସବ ଇନିସପେକ୍ଟର୍ ମାନସ ରଞ୍ଜନ ପ୍ରଧାନଙ୍କ ସମେତ ଆଇଆରବି ଯବାନ ମାନେ ଉପସ୍ଥିତ ଥିଲେ।
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଚିହ୍ନଟ ହୋଇଥିବା ୪ ଜଣଙ୍କୁ ଶ୍ରବଣ ଯନ୍ତ୍ର,୩ଜଣଙ୍କୁ ହ୍ଵିଲ୍ ଚେୟାର୍,୩ଜଣଙ୍କୁ ଆଶାବାଡି ଓ ବ୍ଲକ ସଦର ପଞ୍ଚାୟତର ୧୧ ଜଣଙ୍କୁ ଭତ୍ତା ବାବଦକୁ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ। ଏଥିରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଅଧିକାରି ଦିପକ ବେଉରିଆ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାପାଳ ଶ୍ରୀଯୁକ୍ତ ଅଖ୍ତର୍ ଲକ୍ଷ୍ମୀପୁର ମିସନ ଶକ୍ତି ତରଫରୁ ଚିହ୍ନଟ ହୋଇଥିବା ୪୧ଟି ସ୍ଵୟଂ ସହାୟକ ଗୋଷ୍ଠିକୁ ଏକ କୋଟି ଚାରି ଲକ୍ଷ ଟଙ୍କା ରୁଣ ପ୍ରଦାନ କରିଥିଲେ। ଏଥିରେ ବ୍ଲକ ସଂଯୋଜକ ରଜତ ବିଡିକା ଉପସ୍ଥିତ ଥିଲେ।