ଲକ୍ଷ୍ମୀପୁର. ୨୭/୦୩/୨୦୨୩ (ଓଡିଶା ସମାଚାର।ପ୍ରମୋଦ କୁମାର ଜେନା)-କୋରାପୁଟ ଜିଲ୍ଲା ମିନାପାଇ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷତ୍ରୀ ପ୍ରଭାତୀ ବେହେରାଙ୍କ ସଭାପତିତ୍ଵରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଅଛି । ସଭା କାର୍ଯ୍ୟ ଆରମ୍ଭରୁ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଓଡିଶା ସରକାରଙ୍କ ଅଧିନସ୍ଥ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନିର୍ଦ୍ଦେଶ କ୍ରମେ ଅନ୍ତେବାସୀଙ୍କର ଶିକ୍ଷା , ସ୍ବାସ୍ଥ୍ୟ, ଓ ସୁରକ୍ଷା ଉପରେ ବିଶେଷ ଧ୍ୟାନ ସହିତ ବାର୍ଷିକ ପରୀକ୍ଷାର ସଫଳତା ପାଇଁ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା ହୋଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ବହୁମୁଖୀ ଯୋଜନା ସମ୍ବନ୍ଧେ ଆଲୋକପାତ କରାଯାଇଥିଲା । ଏହି ବୈଠକରେ ୧୩୬ ଜଣ ଅଭିଭାବକ ଓ ଅଭିଭାବିକା ମାନେ ଯୋଗ ଦେଇଥିଲେ ।
ଦଶମ ପରୀକ୍ଷା ଦେଇଥିବା ଛାତ୍ରୀମାନେ ଯେପରି ସେମାନେ ଉଚ୍ଚ ଶିକ୍ଷା ଲାଭ କରିବେ ସେ ବିଷୟରେ ଆଲୋଚନା ହୋଇଥିଲା । ବିଦ୍ୟାଳୟର ୫-ଟି ବ୍ୟବସ୍ଥା ଓ ଗୁଣାତ୍ମକ ଶିକ୍ଷା ଉପରେ ବିଶେଷ ଧ୍ୟାନ ଆକର୍ଷଣ କରାଯାଇଥିଲା।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ ମିଣ୍ୟାକା ଉପସ୍ଥିତ ରହିଥିଲା ବେଳେ ଶିକ୍ଷକ ଦୁର୍ଗା ପ୍ରସାଦ ହୋତା ସଭା କାର୍ଯ୍ୟ ପରିଚାଳନା କରିଥିଲେ।ଶିକ୍ଷତ୍ରୀ ଜ୍ୟୋତ୍ସାରାଣୀ ତୁରୁକ୍ ମାନସୀ ପଟ୍ଟନାୟକ,ବଚନ ନାୟକ,ଗୌରୀ ସାହୁ,ସ୍ନୀଗ୍ଧା ଚାନ୍ଦିନୀ, ଛବିରେଖା ବେନିଆ,ସଞ୍ଜୟ ଖସଲା,ସିମନ ମିଣ୍ୟାକା, କୁନି ମିଣ୍ୟାକା, ଡାଲମେ କାଡ୍ରାକା, ରଶ୍ମି ଓ୍ବାଡେକା, ଶିଙ୍ଗାରି ଓ୍ବାଡେକା ପ୍ରଭୁତି ଉପସ୍ଥିତ ରହି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରିଥିଲେ।.