Monday , June 5 2023
Breaking News
Home / ବିଶେଷ / ମା ଉଗ୍ରତରାଙ୍କ ଶକ୍ତିପୀଠରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି

ମା ଉଗ୍ରତରାଙ୍କ ଶକ୍ତିପୀଠରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି

ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ଜିଲ୍ଲା ଭୁଷଣ୍ଡପୁର ମୂଳିଗଡଝର ଠାରେ ଥିବା ପ୍ରସିଦ୍ଧ ମା ଉଗ୍ରତାରା ଙ୍କ ପୀଠ ରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ପୂର୍ଣ୍ଣାହୁତି ଆଜି ବଡ଼ ଆନନ୍ଦ ଉଲ୍ଲାସ ଆଡମ୍ବର ପୂର୍ଣ୍ଣ ଭାବେ ଶେଷ ହୋଇଛି। ଉଗ୍ରତାରା ଯଜ୍ଞ କମିଟି ଦ୍ଵାରା ଗତ ୧୭ ତାରିଖରୁ ଉଗ୍ରତରାଙ୍କ ପୀଠ ରେ ସପ୍ତଶତୀ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହୋଇ ଆଜି ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ଦଶ ଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦୈନଦିନ ହୋମ , ଯଜ୍ଞ,ସୂର୍ଯ୍ୟ ପୂଜା,ନାମ ସଙ୍କୀର୍ତ୍ତନ ଇତ୍ୟାଦି ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସି ଠାକୁରାଣୀଙ୍କ ପୂଜାର୍ଚ୍ଚନା କରିବା ସହିତ ଆଶିଷ ଲାଭ କରିଥିଲେ।

Leave a Reply

Your email address will not be published.