Monday , June 5 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ରାମେଶ୍ୱର ମହୋତ୍ସବ ପ୍ରସ୍ତୁତି

ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ପାଇଁ ରାମେଶ୍ୱର ମହୋତ୍ସବ ପ୍ରସ୍ତୁତି

ଭୁବନେଶ୍ୱର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)-ପ୍ରତିବର୍ଷ ପରି ଚଳିତ ବର୍ଷ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରା ଉପଲକ୍ଷେ ରାମେଶ୍ୱର ମହୋତ୍ସବ ମଉସୀ’ମା ଛକଠାରେ ୫ଦିନ ପାଳିତ ହେବ । ଏହି ଉପଲକ୍ଷେ ସୁନ୍ଦର ସ୍ୱାସ୍ଥ୍ୟ ବାର୍ତା ପ୍ରଦାନ ପାଇଁ ‘ଭୁବନେଶ୍ୱର କୁମାର’ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା ଓ ‘କଳିଙ୍ଗ କୁମାର’ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତା କରାଯିବ । ଆସନ୍ତା ମାର୍ଚ୍ଚର୍ ୩୦ତାରିଖରେ ରାମେଶ୍ୱର କ୍ଲବର ୪୯ତମ ବାର୍ଷିକ ଉତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାର ଫାଇନାଲ୍ ହେବା ସହ ପୁରଷ୍କାର ବିତରଣ କରାଯିବ । ଏହା ପରିଦିନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଶେଷ ଦିନରେ ମେଲୋଡ଼ି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ସଭାପତି ଅକ୍ଷୟ ଦିକ୍ଷିତ, ସାଧାରଣ ସମ୍ପାଦକ ଦିପକ କୁମାର ମହାପାତ୍ର, ରମେଶ ବାରିକ, ଧିରଜ ମହାପାତ୍ର, ଗଦାଧର ଦାସ, ଜୟକୃଷ୍ଣ ମଲିଆ ଆଦି ସୂଚନା ଦେଇଛନ୍ତି । ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଏମସି ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁରେଶ କୁମାର ରାଉତରାୟ ସମେତ ବହୁ ବିଶିଷ୍ଟବ୍ୟକ୍ତି ସାମିଲ ହେବେ ବୋଲି କୁହାଯାଇଛି ।

Leave a Reply

Your email address will not be published.