Monday , June 5 2023
Breaking News
Home / ସ୍ୱାସ୍ଥ୍ୟ / କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି , ରାଜ୍ୟରେ ୮୭ଟି ଆକ୍ଟିଭ କେଶ

କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି , ରାଜ୍ୟରେ ୮୭ଟି ଆକ୍ଟିଭ କେଶ

ଭୁବନେଶ୍ୱର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ସାରା ଦେଶରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଗତକାଲିଦେଶରେ ୧୮୯୦ ପଜିଟିଭ କେଶ ଆସିଥିବା ବେଳେ ୯୪୦୦ ଆକ୍ଟିଭ କେଶ ରହିଛି। କୋଭିଡ ସ୍ଥିତି ନେଇ ଆଜି କେନ୍ଦ୍ର ସରକାର ସମୀକ୍ଷା କରିବେ। ଆଜିର ବୈଠକରେ ମକ ଡ୍ରିଲ ନେଇ ଆଲୋଚନା ହୋଇପାରେ। ବୈଠକରେ ଆଲୋଚନା ପରେ ଜିଲ୍ଲାମାନଙ୍କୁ ନିର୍ଦେଶ ଦିଆଯିବ। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ଗତକାଲି ୧୧ଟି ପଜିଟିଭ କେଶ ଆସିଥିବା ବେଳେ ୮୭ଟି ଆକ୍ଟିଭ କେଶ ରହିଥିବା ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି ।

Leave a Reply

Your email address will not be published.