Friday , June 9 2023
Home / ବିଶେଷ / କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା ବନଦୁର୍ଗା

କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା ବନଦୁର୍ଗା

 

ଖୋର୍ଦ୍ଧା,୨୭/୦୩/୨୩ (ଓଡିଶା ସମାଚାର /ଦୀପକ ପ୍ରଧାନ) : ନବ ଦିବସାତ୍ମକ ବାସନ୍ତିକ ଦୁର୍ଗାପୂଜାର ଷଷ୍ଠ ଦିବସରେ କଲ୍ୟାଣମୟୀ ଜଗଜ୍ଜନନୀ  ମା ବନଦୁର୍ଗା ପୁଷ୍ପମାଲ୍ୟାଦି ସୁବାସିତ ଦ୍ରବ୍ୟ ଦ୍ବାରା ବିମଣ୍ଡିତ ହୋଇ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା  ରାମେଶ୍ଵର ସ୍ଥିତ ମା ବନଦୁର୍ଗାଙ୍କ ପୀଠରେ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ ଲାଗିଥିଲା।ବିଶ୍ମର ମଙ୍ଗଳ କାମନା କରି ସ୍ତୁତି ପାଠ ଦ୍ବାରା  ସକାଳୁ ମା’ଙ୍କର ମଙ୍ଗଳ ଆଳତି,ସୂର୍ଯ୍ୟ ପୂଜା, ଦେବା ଦେବୀ ଙ୍କୁ ଆବାହନ ପୂଜନ , ପାୟସଭୋଗ, ଷୋଡ଼ଶ ଉପଚାରରେ ମଧ୍ୟାହ୍ନ ଧୂପ, ଦୁର୍ଗା ଶପ୍ତଶତି ଚଣ୍ଡିପାଠ କରାଯାଇଥିବା ବେଳେ ସନ୍ଧ୍ୟାରେ ବାଳଭୋଗ, ଆଳତି ପୁଷ୍ପାଞ୍ଜଳି,  ଅଧରପଣା ଓ ମହାପ୍ରସାଦ ଅର୍ପଣ ପୂର୍ବକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା। ସମସ୍ତ ଭକ୍ତ ଉପସ୍ଥିତ ରହି ଆଧ୍ଯାତ୍ମିକ ପରିବେଶରେ ମା’ଙ୍କ କୃପା ଲାଭ କରିଥିଲେ।

Leave a Reply

Your email address will not be published.