Monday , June 5 2023
Breaking News
Home / ବିଶେଷ / ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ନରଣଗଡ ସହିତ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଆଲୋଚନା

ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ନରଣଗଡ ସହିତ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଆଲୋଚନା

ନିରାକାରପୁର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନରଣଗଡ ଆଞ୍ଚଳିକ ଭିଟାମାଟି ବଞ୍ଚାଅ ସଂଗ୍ରାମ ସମିତି ତରଫରୁ ନିଜର ଜାଗାର ସ୍ଥାୟୀ ପଟ୍ଟା ପାଇଁ ୧୩ ଦିନ ହେବ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବାବେଳେ ଆଜି ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ଡାକରାରେ ତାଙ୍କ ସହ ଏକ ସକାରାତ୍ମକ ଆଲୋଚନା ହୋଇଥିବା ଜଣାପଡିଛି। ନରଣଗଡ, ଧଉଳିମୁଂହ୍, ନିଜିଗଡ ତାପଙ୍ଗ ପଞ୍ଚାୟତର ୧୫ ରାଜସ୍ବ ଗ୍ରାମର ପ୍ରତିନିଧି ମାନେ ୧୩ ଦିନ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ୬୦ ବର୍ଷ ଧରି ବନ୍ଦୋବସ୍ତ ହୋଇ ନଥିବା ଏଖରାଯାତ୍ ମହଲର ବନ୍ଦୋବସ୍ତ କରାଯାଇ ସ୍ୱତ୍ୱ ଲିପି ପ୍ରଦାନ , ଜମି ପଟ୍ଟା ରୁ ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର କରାଯିବା ଭଳି ପ୍ରମୁଖ ଦାବି ରହିଥିଲା। ଆଜି ୧୩ ଦିନ ପରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଙ୍କ ସହିତ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଏ ସମ୍ବନ୍ଧରେ ଆଲୋଚନା କରିଥିଲେ। ଆଜିର ଆଲୋଚନା ସକାରାତ୍ମକ ହୋଇଥିବା ସମିତି ପକ୍ଷରୁ ଜଣାପଡିଛି। ଏହି ପ୍ରତିନିଧି ମଣ୍ଡଳୀରେ ସଭାପତି ଗୋଦାବରୀଶ ଗୁମାନସିଂହ, ସମ୍ପାଦକ ଯୁଧିଷ୍ଟିର ହରିଚନ୍ଦନ, ବୈକୁଣ୍ଠ ନାଥ ମାର୍ଥା, ଦେବୀ ପ୍ରସାଦ ରାଉତରାୟ, କାଳୁ ଚରଣ ବଳିଆରସିଂ, ଅବକାଶ ମହାନ୍ତି, ଆଶିଷ କୁମାର ପଟ୍ଟନାୟକ, ଅନିଲ କୁମାର ଗୁମାନ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.