Monday , June 5 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ଅପ୍ରେଲ୍ ୧୫ରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ଶିଳ୍ପର ଶୁଭ ଉଦଘାଟନ

ଅପ୍ରେଲ୍ ୧୫ରେ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ଶିଳ୍ପର ଶୁଭ ଉଦଘାଟନ

ଭୁବନେଶ୍ୱର, ୨୭/୦୩/୨୦୨୩ (ଓଡ଼ିଶା ସମାଚାର)- ଆଜି ଓଡ଼ିଶା ଶିଳ୍ପ ଜଗତରେ ପୁଣି ଏକ ନୂଆ ଆଶା ଖୁବ୍ ଶୀଘ୍ର ପୂରଣ ହେବାକୁ ଯାଉଥିବାର ଜଣାପଡିଛି । ଆସନ୍ତା ୧୫ ତାରିଖରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ ଓ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ କଂସାରୀଗୁଡାଠାରେ ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ହିଣ୍ଡାଲକୋ ଶିଳ୍ପ ପ୍ରତିଷ୍ଠା ଉପଲକ୍ଷେ ତା’ର ଭିତିପ୍ରସ୍ତର ସ୍ଥାପନ ହେବା ସହ ଶୁଭ ଉଦଘାଟନ ପାଇଁ ସରକାରୀ ସ୍ତରରେ ନିଷ୍ପତିି ନିଆଯାଇଛି । ଆଜି ରାଜ୍ୟ ସଚିବାଳୟରେ ଆଦିତ୍ୟ ଆଲୁମିନା ହିଣ୍ଡାଲ ୍କୋ ଶିଳ୍ପ କ୍ରିୟାନୁଷ୍ଠାନ କମିଟି ସଭାପତି ଶ୍ରୀ ଦୌଲ ଚୌଧୁରୀ, କୋରାପୁଟର ପୂର୍ବତନ ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ସାଗରିଆ, ଆର.ପି.ଡି.ଏ.ସି. ଅଧ୍ୟକ୍ଷ ରାଜେନ୍ଦ୍ର ଦୁରିଆ ଓ ଉପାଧ୍ୟକ୍ଷ ପୁରୁଷୋତମ ଜାନିଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଶିଳ୍ପପାଇଁ ଜମି ହରାଇଥିବା, ବିସ୍ଥାପିତ ହୋଇଥିବା ଗ୍ରାମବାସୀମାନେ ରାଜ୍ୟ ଇସ୍ପାତ ଓ ଖଣି ସଚିବ ହେମନ୍ତ ଶର୍ମାଙ୍କ ସହିତ ଆଲୋଚନା କରି ଶେଷ ନିଷ୍ପତିରେ ପହଂଚି ଆସନ୍ତା ଏପ୍ରିଲ୍ ୧୫ ତାରିଖକୁ ଉଦଘାଟନ ପାଇଁ ସ୍ଥିର କରାଯାଇଥିଲା । ଏହି ଆଲୋଚନା ସମୟରେ ଆଦିତ୍ୟ ଆଲୁମିନା ଶିଳ୍ପର ଆଡଭାଇଜର ଏସ୍.କେ. ମିଶ୍ର, ଆଦିତ୍ୟ ଆଲୁମିନା ଗ୍ରୁପ୍ର ଉପସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ଏବଂ ହିଣ୍ଡାଲ କୋ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଜହର ବେଗ୍ ପ୍ରମୁଖ ଉପସ୍ଥିତ ରହି ଏହି ନିଷ୍ପତି ଗ୍ରହଣ କରିବାରେ ସହଯୋଗ କରିଥିଲେ । ଏଠାରେ ଉଲ୍ଲେଖ କରାଯାଇପାରେ କି, ଦୀର୍ଘବର୍ଷ ହେଲା କଂସାରୀଗୁଡାଠାରେ ଆଦିତ୍ୟ ଆଲୁମିନା ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ସରକାରୀ ଏବଂ ସରକାରୀ ସମସ୍ୟା ଦେଖାଇ କମ୍ପାନୀ କର୍ତୃପକ୍ଷ କାଶୀପୁର ଓ ଲକ୍ଷ୍ମୀପୁର ବ୍ଲକର ଗ୍ରାମବାସୀଙ୍କଠାରୁ ଗ୍ରହଣ କରିଥିବା ଶିଳ୍ପ ପ୍ରତିଷ୍ଠା ନାଁରେ ଜମିଗୁଡ଼ିକ ପକାଇ ରଖିଥିଲା । କିନ୍ତୁ ଶିଳ୍ପ ପ୍ରତିଷ୍ଠା କରୁନଥିଲା । ଜମିହରା ଓ ବିସ୍ଥାପିତ ଗ୍ରାମବାସୀମାନେ ଶିଳ୍ପ ପ୍ରତିଷ୍ଠା ହେଲେ ନିଜର ଏବଂ ନିଜ ଅଂଚଳର ବିକାଶ ପାଇଁ ଆଶା କରିଥିବାରୁ ସେମାନେ କ୍ରିୟାନୁଷ୍ଠାନ କମିଟି ମାଧ୍ୟମରେ ପୂର୍ବରୁ ବାରମ୍ବାର ମାନ୍ୟବର ଯାଜପୁର ବିଧାୟକ ତଥା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଶିଳ୍ପମନ୍ତ୍ରୀ ପ୍ରତାପ ଦେବ, ଖଣି ସଚିବ ହେମନ୍ତ ଶର୍ମା ଏବଂ ଓ.ଏମ୍.ସି. ପରିଚାଳନା ନିର୍ଦ୍ଧେଶକ ବଳବନ୍ତ ସିଂହଙ୍କ ସହିତ ଆଲୋଚନା ଜାରି ରଖିଥିଲେ ଏବଂ ଚେଷ୍ଟା ଅବ୍ୟାହତ ରଖଥିଲେ, ଯାହା ଆଜି ଏକ ନିର୍ଣ୍ଣାୟକ ସ୍ଥିତିରେ ପହଂଚି ଥିବାରୁ ଗ୍ରାମବାସୀମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବୋଲି କ୍ରିୟାନୁଷ୍ଠାନ କମିଟିର ତଥା କଂସାରୀଗୁଡା ଆଂଚଳିକ ବିକାଶ ପରିଷଦର ସଭାପତି ଦୌଲ ଚୌଧୁରୀ କହିଛନ୍ତି । ଏହି ଆଲୋଚନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପାଇକଝୋଡିଆ, ନରେନ୍ଦ୍ର ଝୋଡ଼ିଆ, ପଦ୍ମନ ଝୋଡ଼ିଆ, କୃଷ୍ଣା ତୁରୁକ, ସୁରେନ୍ଦ୍ର ବାଗ୍, ଲକ୍ଷ୍ମୀଧର ବାଗ, ଶ୍ରୀନାଥ ବେହେରା, ବିପୀନ ପାଲ୍, ଶାନ୍ତନୁ ବାଗ, ସଂଜୀବ ଖରା, ରାମ ମାଝୀ, ଶ୍ରୀନୁ ମାଝୀ ଓ ବିଜୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.