Monday , June 5 2023
Breaking News
Home / ତାଜା ଖବର / Breaking News : ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

Breaking News : ରାଜଧାନୀରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ଭୁବନେଶ୍ୱର,୨୬/୦୩/୨୦୨୩ (ଓଡ଼ିଶା ସମାଚାର)-ରାଜଧାନୀରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଜିତୁକୁ ଏନକାଉଣ୍ଟର । ଜିତୁ ଓରଫ ଜିତେନ୍ଦ୍ର ପଲେଇକୁ ଏନକାଉଣ୍ଟର କଲା ଖାରବେଳନଗର ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ । ବାଙ୍କୁଆଳ କୂଅଖାଇ ନଦୀ ପଠାରେ ଜିତୁକୁ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ପୋଲିସ ଏନକାଉଣ୍ଟର କରିଛି । ଜିତୁର ବାମ ଗୋଡର ଗୁଳି ବାଜିଥିବା ବେଳେ ଆହତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ସହଯୋଗି ଙ୍କ ସହିତ ଜିତୁ କାର୍ ରେ ଭୁବନେଶ୍ୱର ଆସୁଥିବା ବେଳେ ଟଙ୍କପାଣି ରୋଡରେ ପୋଲିସ ଟିମ୍ ସହିତ ମୁହାଁମୁହାଁ ହୋଇଥିଲା । ପୋଲିସକୁ ଦେଖିବା ମାତ୍ରେ ଜିତୁ ଆଖିବୁଜା ଗୁଳିମାଡ଼ କରି ଖସିଯିବାକୁ ଉଦ୍ୟମ କରିଥିଲା । ପରେ ପୋଲିସ ନିଜର ଆତ୍ମରକ୍ଷା ପାଇଁ ଜିତୁକୁ ଏନ୍କାଉଣ୍ଟର କରିଥିଲା। ବହୁ ସମୟ ଧରି ପୋଲିସ-ଅପରାଧୀ ମଧ୍ୟରେ ଛକାପଞ୍ଝା ଚାଲିଥିଲା । ଜିତୁକୁ କାବୁ କରିବାକୁ ପୋଲିସ ୧୦ ରାଉଣ୍ଡ ଗୁଳି ଚଳାଇଥିଲା ।
ଜିତୁର ବାମ ଗୋଡ଼ରେ ପୋଲିସ୍ ର ଗୁଳି ବାଜିବା ରୁ ସେ ଆହତ ହୋଇଛି । ଘଟଣାସ୍ଥଳରେ ବନ୍ଧୁକ, ଖୋକା ପଡ଼ିଛି ଓ କାର ରହିଛି । ଘଟଣାସ୍ଥଳକୁ ଆଜି ଫରନେସିକ ଟିମ୍ ଯିବ । ଗତ ୧୭ ତାରିଖରେ ୪ ନମ୍ବର ସ୍ଥିତ ସୁନା ଦୋକାନରେ ଜିତୁ ବୋମା ମାଡ଼ କରିଥିଲା । ବୋମାମାଡ଼ ଓ ହତ୍ୟା ଉଦ୍ୟମ ମାମଲାରେ ଜିତୁ ଖାରବେଳନଗର ଥାନା ପୋଲିସର ମୋଷ୍ଟ ୱାଣ୍ଟେଡ ଥିଲା । ଜିତୁ ନାମରେ ବୋମାମାଡ଼, ଡକାୟତି, ସୁପାରୀ, ଚୋରି, ଲୁଟ ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ଭୁବନେଶ୍ୱର ସମତେ ଅନ୍ୟ ଜିଲ୍ଲାରେ ଜିତୁ ନାମରେ ୩୦ରୁ ଅଧିକ ଅପରାଧିକ ମାମଲା ରହିଛି । ଦୁର୍ଦ୍ଦାନ୍ତ ଅପରାଧୀ ଚିରହେମନ୍ତ ଦାଶ ର ଜିତୁ ସହଯୋଗୀ ଥିଲା । ୨୦୧୧ ମସିହାରେ ଜିତୁ ଖାରବେଳନଗର ଥାନାର ଜଣେ ହାବିଲଦାରକୁ ଗୁଳିମାଡ଼ କରି ଖସି ପଳେଇ ଥିଲା । ଏ ସମ୍ପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.