ଲକ୍ଷ୍ମୀପୁର.୨୬/୦୩/୨୩(ଓଡିଶା ସମାଚାର।ପ୍ରମୋଦ କୁମାର ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷତ୍ରୀ ଦିପ୍ତି ମୟୀ ଲିମ୍ମାଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ କରି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି ଉତ୍ସବରେ ମୁକ୍ଖ୍ୟ ଅତିଥି ଭାବେ ସ୍ଥାନିୟ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଆଇ କୁଲେସିକା ଯୋଗ ଦେଇ ଥିବା ବେଳେ ସମାନୀତ ଅତିଥି ଭାବେ କୋରାପୁଟ ପୁର୍ବତନ ସାଂସଦ ଝିନ୍ନ ହିକକା,ଲକ୍ଷ୍ମୀପୁର ପୁର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା, ଯୁ୍କତ ୨ ଅଧ୍ୟକ୍ଷା ମମତା ସ୍ଵାଇଁ,ସରପଞ୍ଚ ଜୋଲି ମିଣିଆକା ଓ ବିଦ୍ୟାଳୟ ପରିଚାଳନା ସଭାପତି ନବିନ ମିଣିଆକା ଯୋଗ ଦେଇ ଥିବା ଵେଳେ ମୁଖ୍ୟ ବକ୍ତା ଭାବେ କୋରାପୁଟ କେନ୍ଦ୍ରିୟ ବିଶ୍ଵ ବିଦ୍ୟାଳୟର ଓଡିଆ ଅଧ୍ୟାପକ ଡ.ପ୍ରଦୋସ କୁମାର ସ୍ଵାଇଁ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କିପରି ଉଚ୍ଚିତ ଶିକ୍ଷା ଲାଭ କରି ଉଚ୍ଚ ପ୍ରସଂଶିତ ହୋଇ ପାରିବେ ତାହା ଉପରେ ନିଜର ବକ୍ତବ୍ୟ ପରିପ୍ରକାଶ କରିଥିଲେ।
ପରେ ବାର୍ଷିକ କ୍ରୀଡାରେ କୃତିତ୍ଵ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।ମଧ୍ୟାନ୍ନ ଭୋଜନ ବିରତି ପରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ୟ୍ୟକ୍ରମ ଆରମ୍ଭ ହେବା ପୁର୍ବରୁ ବିଦ୍ୟାଳୟର ଛାତ୍ରୀ ମାନେ ଅତିଥି ମାନଙ୍କୁ ଢେମସା ନୃତ୍ୟରେ ତାଳେ ତାଳେ ମଞ୍ଚ ପର୍ୟ୍ୟନ୍ତ ପାଛୋଟି ନେଇଥିଲେ।ଶିକ୍ଷକ ଧନୁର୍ୟୟ ହନ୍ତାଳ ମଞ୍ଚ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର କାର୍ୟ୍ୟରତ ସମସ୍ତ ଶିକ୍ଷକ,ଶିକ୍ଷତ୍ରୀ ଓ କର୍ମଚାରୀ ମାନେ ସବୁ କ୍ଷେତ୍ରରେ ସହଯୋଗ କରିଥିଲେ।ଏଥିରେ ବହୁ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକାଙ୍କ ସମେତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।