Monday , June 5 2023
Breaking News
Home / ବିଶେଷ / ଫାଣ୍ଡି ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଫାଣ୍ଡି ଅଧିକାରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଖୋର୍ଦ୍ଧା,୨୬/୩/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅଧିନସ୍ଥ ସିକୋ ଫାଣ୍ଡି ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଲା ସିକୋ ଶାନ୍ତି କମିଟି ଓ ଦୋଳ କମିଟି। ଆଜି ସିକୋ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସିକୋ ଶାନ୍ତି କମିଟି ଓ ଦୋଳ କମିଟି ପକ୍ଷରୁ ବିଦାୟକାଳିନ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା।ଏହି ସଭାରେ ଜଂକିଆ ଥାନା ଅଧିକାରୀ ଅନୀତା ସାହୁ ଯୋଗଦେଇଥିବା ବେଳେ ସିକୋ ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କରାଯାଇଛି। ଫାଣ୍ଡି ଅଧିକାରୀ ଶଙ୍କର୍ଷଣ ଆଇଚ ଫାଣ୍ଡି ଅଧୀକାରୀ ଭାବରେ ଯୋଗଦେବା ପରେ ସିକୋ ଫାଣ୍ଡି ଅଧିନରେ ୬ଟି ଗ୍ରାମପଞ୍ଚାୟତ ରେ ଜନସାଧାରଣ ମାନଙ୍କ ନିକଟତର ହୋଇ ଲୋକଙ୍କ ସହିତ ମିଶି କାର୍ଯ୍ୟ କରୁଥିଲେ।ସିକୋ ଫାଣ୍ଡି ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ଫାଣ୍ଡି ଅଧିକାରୀ ବେଶ ଲୋକପ୍ରିୟ ହୋଇ ପାରିଥିଲେ।ଏହି ସମ୍ବର୍ଦ୍ଧନା ସଭାରେ ୬ଗୋଟି ଗ୍ରାମପଞ୍ଚାୟତ ର ସରପଞ୍ଚ, ସମିତିସଭ୍ୟ ଓ ସିକୋ ଶାନ୍ତି କମିଟି ଓ ଦୋଳ ଅମିଟିର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Leave a Reply

Your email address will not be published.