କେନ୍ଦ୍ରାପଡ଼ା, ୨୬/୦୩/୨୦୨୩ (ଓଡ଼ିଶା ସମାଚାର)- କଂସାର ସାହାସପୁର ହାଇସ୍କୁଲର ହୀରକ ଜୟନ୍ତୀ ପାଳନ ପାଇଁ ପୁରାତନ ଛାତ୍ର ସଂସଦର ସଭାପତି ଫକୀର ଚରଣ ଖଟୁଆଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବ୍ଲକ ଓ ପୌରାଂଚଳ ସ୍ତରୀୟ ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଆଗ୍ରହୀ ପିଲାମାନେ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଠାରୁ ଚିହ୍ନଟ ପ୍ରମାଣପତ୍ର ଆଣି ଦାଖଲ କରିବେ । ଆସନ୍ତା ଅପ୍ରେଲମାସ ୭,୮ ଓ ୯ତାରିଖ ତିନିଧରି ଅନୁଷ୍ଠିତ ହେବାକୁ ଥିବା ହୀରକ ଜୟନ୍ତୀ ଉତ୍ସବକୁ ସରସ ସୁନ୍ଦର ଭାବରେ ସମ୍ପାଦନ କରିବାକୁ ଉପସ୍ଥିତ ସଭ୍ୟମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଅନୁରୋଧ କରାଯାଇଥିଲା । ବୈଠକରେ ଅବସରପ୍ରାପ୍ତ ଉପଜିଲାପାଳ ପ୍ରହ୍ଲାଦ ସେଠୀ, ପ୍ରାଧ୍ୟାପକ ଖଗେଶ୍ୱର ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମୂରଲୀଧର ପାତ୍ର, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପରମାନନ୍ଦ ସେଠୀ, ହେମନ୍ତ କୁମାର ଜେନା, ମଧୁସୁଦନ ରାଉତ, ବସନ୍ତ କୁମାର ଓଝା, ସଂଗ୍ରାମ କେଶରୀ ପରିଡା, ସୁରେନ୍ଦ୍ର ପଣ୍ଡା, ଅଶ୍ୱିନୀ ପଣ୍ଡା, ଧନଞ୍ଜୟ ସ୍ୱାଇଁ, ସନ୍ତୋଷ କୁମାର ବେହେରା, ମଧୁସୁଦନ ନାୟକ, ସନ୍ତୋଷ କୁମାର ନାୟକ, ରବିନ୍ଦ୍ର ବେହେରା, ଚର୍ତୁଭୁଜ ପଣ୍ଡା ଓ ଆଲୋକ କୁମାର ନାୟକ ପ୍ରମୁଖ ସଭ୍ୟମାନେ ଉପସ୍ଥିତ ଥିଲେ ।