Monday , June 5 2023
Breaking News
Home / ବିଶେଷ / ୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ କଟକ ଗସ୍ତ, ବିଭିନ୍ନ ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା

୫ ଟି ସଚିବ ଭି କେ ପାଣ୍ଡିଆନ୍ ଙ୍କ କଟକ ଗସ୍ତ, ବିଭିନ୍ନ ପ୍ରକଳ୍ପ କାର୍ୟ୍ୟର ସମୀକ୍ଷା

କଟକ ସଦର, ୨୫/୦୩/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫ ଟି ସଚିବ ଭି କେ ପାଣ୍ଡିଆନ୍ ଆଜି ଶନିବାର ଅପରାହ୍ନରେ କଟକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ପ୍ରଥମେ ପାଣ୍ଡିଆନ୍ ଖାନନଗର ଠାରେ ନିର୍ମାଣାଧୀନ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲର ଅଗ୍ରଗତି ଓ ନିର୍ମାଣ କାର୍ୟ୍ୟ ତଦାରଖ କରିଥିଲେ। ଆସନ୍ତା ଜୁନ୍ ମାସରେ ଲୋକାର୍ପିତ ହେବାକୁ ଥିବା ୧୫ ଏକର ପରିମିତ ଏହି ଟର୍ମିନାଲର ଶିଳାନ୍ୟାସ ମୂଖ୍ୟମନ୍ତ୍ରୀ ୨୦୨୧ ଜାନୁଆରୀ ୨୩ ରେ କରିଥିଲେ। ଏହାପରେ ମା’ କଟକ ଚଣ୍ଡୀ ମନ୍ଦିର ଯାଇଁ ପୂଜାର୍ଚ୍ଚନା କରିବା ସହିତ ଆସନ୍ତା ନୂଆ ବର୍ଷରେ ଭକ୍ତଙ୍କ ସେବାରେ ଲୋକାର୍ପିତ ହେବାକୁ ଥିବା ମନ୍ଦିରର ନିର୍ମାଣ କାର୍ୟ୍ୟର ସମୀକ୍ଷା କରିଥିଲେ।ଏହାପରେ ରାଣୀହାଟ କ୍ଲକ ଟାୱାର, ତାଳଦଣ୍ଡା କେନାଲ ଓ ବନ୍ଧ ରାସ୍ତାର ରୂପାନ୍ତିକରଣ,ଛତ୍ରଵଜାର ଭେଣ୍ଡିଂ ଜୋନ୍ ଆଦି ବୁଲି ଦେଖିବା ସହିତ କାର୍ୟ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ।୫ ଟି ସଚିବଙ୍କ ସହିତ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ,ସିଏମସି କମିଶନର ନିଖିଲ ପବନ କଲ୍ୟାଣ,ସିଡିଏ ଅଧ୍ୟକ୍ଷ ଅନିଲ ସାମଲ,ଡିସିପି ପିନାକ ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମରେ ସାମିଲ ହୋଇଥିଲେ ।

Leave a Reply

Your email address will not be published.