ଲକ୍ଷ୍ମୀପୁର. ୨୫/୦୩/୨୦୨୩ (ଓଡିଶା ସମାଚାର) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାର୍ୟ୍ୟାଳୟ ରାସ୍ତା କଡରେ ଥିବା ରାମ ମନ୍ଦିର ସମୁଖରେ ଥିବା ନାଳିଆ ପାଣି ନିଷ୍କାସନ ପାଇଁ ବାଟ ନାହିଁ। ଉକ୍ତ ନାଳିଆରେ ପାଣି ଜମି ଦୁର୍ଗନ୍ଧ ବାହାରିବା ସହ ମଶା ମାଛିଙ୍କ ବଂଶ ବୃଦ୍ଧି ହେଉଛି।ସେଇ ପାଖରେ ପୋଷ୍ଟ୍ ଅଫିସ୍,ପଞ୍ଚାୟତ କାର୍ୟ୍ୟାଳୟ,ପାନୀୟ ଜଳ ଯୋଗାଣ କାର୍ୟ୍ୟାଳୟ,କୃଷି ବିଭାଗ କାର୍ୟ୍ୟାଳୟ,ଶିଶୁ କଲ୍ୟାଣ ବିଭାଗ ଓ ଉଠା ଜଳ ସେଚନ କାର୍ୟ୍ୟାଳୟ ରହିଛି।ହେଲେ କେହିବି ଉକ୍ତ ନାଳିଆ ଉପରେ ଦୃଷ୍ଟି ଦେଉ ନଥିବା ଅଭିଯୋଗ ହୋଇଛି।
କିଛି ଦିନ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ କାର୍ୟ୍ୟ ହୋଇଥିଲେ ମଧ୍ୟ ତାହା ସମ୍ପୁର୍ଣ ଫେଲ ମାରିଛି।ନାଳିଆର ପାଣି ନିଷ୍କାସନ ନହୋଇ ଗୋଟିଏ ସ୍ଥାନରେ ଜମି ରହୁଛି।ଏସବୁ କାର୍ୟ୍ୟାଳୟକୁ ବିଭିନ୍ନ କାର୍ୟ୍ୟାରେ ଆସୁଥିବା ସାଧାରଣ ଜନତା ଅସୁବିଧାର ସମୁଖିନ ହେଉଛନ୍ତି।ଲକ୍ଷ୍ମୀପୁର ବ୍ଲକରେ ଏଇ ଭଳି ଅନେକ କାମ ହେଉଛି କିନ୍ତୁ ତାହା ଲୋକଙ୍କ କାମରେ ଲାଗୁ ନଥିବା ନଜରକୁ ଆସିଛି।ଆଗକୁ ଆଉ ୪ ଦିନ ପରେ ମନ୍ଦିର ଆଗରେ ରାମ ନବମୀ ପୁଜା ଆରମ୍ଭ ହେବ।ମନ୍ଦିର ଆଗରେ ନଅ ଦିନ ଧରି ରାମ ଚରୀତ୍ର ମାନସ ପାଠ ସୁଣିବାକୁ ହଜାର ହଜାତ ଭକ୍ତଙ୍କ ଗହଳି ଚହଳି ଲାଗିରହିବ।ଉକ୍ତ ନାଳିପାଣି ଜମି ରହି ଦୁର୍ଗନ୍ଧ ବାହାରୁ ଥିବାରୁ ପୁଜାରେ ବାଧା ଉପୁଜିବାର ଯଥେଷ୍ଟ ସମ୍ଭାବନା ରହୁଥିବାରୁ ତୁରନ୍ତ ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ସମାଧାନ କରିବାକୁ ସବୁ ମହଲରେ ଦାବି ହୋଇଛି।